ଶିକ୍ଷା ବିଭାଗ ପକ୍ଷରୁ ଡିଗ୍ରୀ ସମ୍ମାନ ଉତ୍ସବ

ଖୁଣ୍ଟା, ୫/୯ : ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ଵାରା ଚଳିତ ବର୍ଷ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ସ୍ଵାଗତ ଉତ୍ସବ ଓ ଚଳିତ ବର୍ଷ ୨୦୨୪ ବିଶ୍ଵବିଦ୍ୟାଳୟ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଡିଗ୍ରୀ ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି ୲
ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ରଂଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ରଂଜନ ତ୍ରିପାଠୀ ଓ ମୁଖ୍ୟ ବକ୍ତା ପ୍ରାଶାସନିକ ଅଧିକାରୀ ତଥା ରାଜନୀତି ବିଭାଗର ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ୲ ଅଧ୍ୟାପିକା ବବିତା ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଜନଡେନି ପ୍ରଧାନ, ଡେମୋନଷ୍ଟ୍ରେଟର ସଂକର୍ଷଣ ଗିରି ଓ ରାଜନୀତି ବିଭାଗର ଅଧ୍ୟାପିକା ଗୋପା ସିଂ,ଇତିହାସ ବିଭାଗର ଅଧ୍ୟାପକ ପ୍ରଦୀପ ବେହେରା ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ୲
ନବାଗତ ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ୨୦୨୪ ବିଶ୍ଵବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ଡିଗ୍ରୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରାଯାଇଛି ୲ ଶିକ୍ଷା ବିଭାଗର ଛାତ୍ରୀ ହୀରାମଣି ମାଝି ସର୍ବଶ୍ରେଷ୍ଠ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ୲ ମିଷ୍ଟର ଫ୍ରେଶର ଭାବେ ସନବିର ସିଂ ଓ ମିସ୍ ଫ୍ରେଶର ଭାବେ ଅଙ୍କିତା ରାଣୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ୲ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ୲