ଶୁଭଙ୍କର ମିଶ୍ରାଙ୍କ ବଢ଼ିଲା ଅଡ଼ୁଆ ; ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ : ଜିଲ୍ଲାପାଳ
ପୁରୀ,୨୯/୧୧ : ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରାଙ୍କ ଅଡ଼ୁଆ ବଢ଼ିଲା । ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଜି ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।
ସେ କହିଛନ୍ତି, ଶୁଭଙ୍କର ମିଶ୍ରାଙ୍କର ଟିପ୍ପଣୀକୁ ନେଇ ତର୍ଜମା କରାଯାଉଛି । ଏହା ଗୁଜବ ନା ସତ୍ୟ ତାହାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି । ଯଦି ସେ ଏଭଳି ମନ୍ତବ୍ୟ ଦେଇଥାନ୍ତି ଓ କମିଟି ରିପୋର୍ଟ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Editor 


