ଅବକାରୀ ଚଢ଼ଉ : ୬୮୨ ଲିଟର ମଦ ଓ ୧୨,୧୫୦ ଲିଟର ପଚ ଜବତ, ୨ ଗିରଫ

ଖୁଣ୍ଟା,୫/୯ : ଖୁଣ୍ଟା ଓ ଉଦଳା ଅବକାରୀ ଥାନା ପକ୍ଷରୁ ବୁଧବାର ମିଳିତ ଭାବେ ଉଭୟ ଅବକାରୀ ଥାନା ଅଧିନ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ପଚ ଜବତ କରାଯାଇଛି । ଏହି ବେଆଇନ କାରବାରରେ ଲିପ୍ତ ଥିବା ୨ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା ଧାଉଁଡ଼ିଆ ଗ୍ରାମର ତପନ ଜେନା ଓ ବଡ଼ବଦା ଗ୍ରାମର ସନ୍ତୋଷ ସିଂ ।
ଏହି ଅଭିଯୁକ୍ତଙ୍କ ନିକଟରୁ ମୋଟ ୮୭ ଲିଟର ଦେଶୀ ମଦ ଜବତ କରାଯାଇଛି । ସେହିପରି ଖୁଣ୍ଟା ଥାନା ଅଧିନ ଗବିନ୍ଦପୁର ଓ ଧାଉଁଡ଼ିଆ ଓ ଉଦଳା ଥାନା ଅଧିନ ବରହମପୁର ଗ୍ରାମର ନିର୍ଜନ ସ୍ଥାନମାନଙ୍କରୁ ମୋଟ ୧୨ ହଜାର୧୫୦ ଲିଟର ପଚ ଓ ୬୮୨ ଲିଟର ମଦ ଜବତ କରାଯାଇଛି । ଏହି ଚଢ଼ଉରେ ଉଦଳା ବିଭାଗୀୟ ଇନିସ୍ପେକ୍ଟର ଶ୍ରୀଧର ମହାନ୍ତିଙ୍କ ସହ ମୋବାଇଲ ଟିମ, ଖୁଣ୍ଟା ଅବକାରୀ ଅଧିକାରୀ ମମତା ଦାଶ ଓ ଉଦଳା ଅଧିକାରୀ ସୁଭଦର୍ଶିନୀ ସାହୁ ଏବଂ ବିଭାଗୀୟ ଅନ୍ୟ କର୍ମଚାରୀଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ଖୁଣ୍ଟା ତହସିଲଦାର ପ୍ରଦୀପ ପାଢୀ ଓ ଖୁଣ୍ଟା ପୋଲିସ ସହିତ ଏପିଆର ଟିମ ସାମିଲ ହୋଇଥିଲେ ।