ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ବର, ୬/୭ : ଜୁଲାଇ 8ରେ ଓଡ଼ିଶା ବିଜେପି ପାଇବ ନୂଆ ମୁଖିଆ । ଘୋଷଣା ହେବ କିଏ ହେବେ ବିଜେପି ସଭାପତି । ଏନେଇ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ୮ ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ତେବେ କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି, ତେହେ ସ୍ପଷ୍ଟ ହେବ ।