ଜାନୁଆରୀ ୧ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ

ଜାନୁଆରୀ ୧ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ

ଭୁବନେଶ୍ବର,୨୮/୧୨ : ନୂଆବର୍ଷ ପୂର୍ବଦିନ ଏବଂ ଏବଂ ନୂଆ ବର୍ଷରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏ ନେଇ ମହାପ୍ରଭୁଙ୍କ ପହଡ଼ ମଧ୍ୟ ଶୀଘ୍ର ହୋଇଥାଏ ।

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହାକୁ ବର୍ତ୍ତମାନ ବିରୋଧ କରାଯାଉଥିବା ଦେଖାଯାଇଛି । ବିରୋଧ କରି ଗଜପତି ମହାରାଜା, ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ।

ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।