ଟି-୨୦ବିଶ୍ବ କପ୍ ୨୦୨୪ରେ ଯୁବରାଜ ସିଂହଙ୍କୁ ମିଳିଲା ବଡ଼ ଦାୟିତ୍ବ

ଟି-୨୦ବିଶ୍ବ କପ୍ ୨୦୨୪ରେ ଯୁବରାଜ ସିଂହଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୨୬/୪ : ଟି -୨୦ବିଶ୍ବ କପ ୨୦୨୪ ଆଉ ବେଶି ଦିନ ନୁହେଁ । ସବୁ ଦଳ ଆଗାମୀ ସିଜନ ଲାଗି ନିଜର ଜି ଜାନ ଲଗାଇ ଦେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବି ଟୁର୍ଣ୍ଣାମେଣ୍ଟକୁ ମଜାଦାର କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି । ଏହି ସମୟରେ ବୋର୍ଡ଼ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଇସିସି ଭାରତୀୟ ଟିମର ପୂର୍ବତନ ମହାନ ଅଲରାଉଣ୍ଡର ଖେଳାଳୀ ଯୁବରାଜ ସିଂହଙ୍କୁ ଟି-୨୦ ବିଶ୍ବକପ ୨୦୨୪ର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି । ଆଇସିସି ତରଫରୁ ନିଆଯାଇଥିବା ଏହି ବଡ଼ ନିଷ୍ପତ୍ତିରେ ଯୁବରାଜ ସିଂହ ବି ବହୁ ଖୁସି ଅଛନ୍ତି । 

ସେ ନିଜ ଖୁସି ଜାହିର କରିବାକୁ ଯାଇ କହିଛନ୍ତି କି, ‘ଟି ୨୦ବିଶ୍ବକପ ସହ କିଛି ଖାସ୍ ସ୍ମୃତି ଯୋଡ଼ି ହୋଇ ଅଛି । ଏଥିରେ ୧ଓଭରରେ ମାରିଥିବା ୬ଛକ୍କା ବି ସାମିଲ ଅଛି । ଏଥିଲାଗି ଆଗାମୀ ଟୁର୍ଣ୍ଣାମେଣ୍ଟର ଭାଗିଦାରୀ ହେବା ବହୁତ ରୋମାଞ୍ଚକର ଅଟେ, ଯାହା ବହୁତ ବଡ଼ ସଂସ୍କରଣ ହେବାକୁ ଯାଉଛି ।