ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଶୁଭାରମ୍ଭ

ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଶୁଭାରମ୍ଭ

ଭୁବନେଶ୍ବର,୨୬/୪ : ଚଳିତ ଗ୍ରୀଷ୍ମଋତୁରେ ଜରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ଦ୍ଵାରା ବାଣୀବିହାରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜଳଛତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । 

ଏହାଦ୍ଵାରା ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନେ ତଥା ପଥଚାରୀମାନେ ଥଣ୍ଡା ପାନୀୟ ଜଳ ଦ୍ଵାରା ସେମାନଙ୍କ ତୃଷ୍ଣା ମେଣ୍ଟାଇ ପାରିବେ । ଚଳିତ ଗ୍ରୀଷ୍ମପ୍ରବାହ ଓ ଆଗାମୀ ଅଂଶୁଘାତକୁ ଆଖି ଆଗରେ ରଖି ଏହି ଜଳଛତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଥିବାବେଳେ ଏହି ସେବା ତୃଷାର୍ତ୍ତ ପଥିକମାନଙ୍କ ପାଇଁ ବହୁ ମାତ୍ରାରେ ସହାୟ ହେବ । ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ତରଫରୁ ଏହିଭଳି ଜଳଛତ୍ର ସେବା ଭୁନେଶ୍ବର ସହରାଞ୍ଚଳ ଜିଲ୍ଲା ମଧ୍ୟରେ ଥିବା ବିଭିନ୍ନ ଥାନାମାନଙ୍କରେ ମଧ୍ୟ ଆରମ୍ଭ କରାଯାଇଛି ।