ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ରାଉରକେଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ

ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ  ରାଉରକେଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ

ସୁନ୍ଦରଗଡ଼,୫/୮ : ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅଗଷ୍ଟ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (GRF Camp)ର ଆୟୋଜନ କରୁଅଛି । ଏଣୁ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ସହରର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟିପିଡବ୍ଲ୍ୟୁଓଡିଏଲର ବିଭିନ୍ନ ସବ୍-ଡିଭିଜନ୍ ଅଫିସ୍, ସେକ୍ସନ ଅଫିସ୍ ଏବଂ ଜିଆରଏଫ୍ ଅଫିସ୍ ମାନଙ୍କରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ ତାରିଖ ଦିନ ରାଉରକେଲା ସହର ସ୍ଥିତ ଛେଣ୍ଡ ସେକ୍ସନ ଅଫିସଠାରେ, ଅଗଷ୍ଟ ତାରିଖ ଦିନ ରାଜଗାଙ୍ଗପୁର-ସବ୍-ଡିଭିଜନ୍ ଅଫିସ୍ ଠାରେ, ଅଗଷ୍ଟ ତାରିଖ ଦିନ ମଧୁସୁଦନପାଲି ସେକ୍ସନ ଅଫିସ ଠାରେ, ଅଗଷ୍ଟ ତାରିଖ ଦିନ କରମୁଣ୍ଡା ସବ-ଡିଭିଜନ୍ ଅଫିସଠାରେ, ଅଗଷ୍ଟ ୧୨ତାରିଖ ଦିନ ସିଭିଲ୍ ଟାଉନସିପ ସ୍ଥିତ ଜିଆରଏଫ୍ ଅଫିସ୍ ଠାରେ, ଅଗଷ୍ଟ ୧୩ତାରିଖ ଦିନ ପାୱାର ହାଉସ୍ ସେକ୍ସନ୍ ଅଫିସ୍ ଠାରେ, ଅଗଷ୍ଟ ୧୪ ତାରିଖ ଦିନ ସୁନ୍ଦରଗଡ଼ ଟାଉନ୍ ସ୍ଥିତ ସବ-ଡିଭିଜନ୍ ଅଫିସ୍ ଠାରେ, ଅଗଷ୍ଟ ୧୬ ତାରିଖ ଦିନ ମହୁଲଢିଆ ସେକ୍ସନ ଅଫିସ୍ ଠାରେ, ଅଗଷ୍ଟ ୧୭ ତାରିଖ ଦିନ ପାନପୋସ ସେକ୍ସନ ଅଫିସ୍ ଠାରେ, ଅଗଷ୍ଟ ୨୦ ତାରିଖ ଦିନ କେଏଲନଗର ସବ-ଡିଭିଜନ୍ ଅଫିସ୍ ଠାରେ, ଅଗଷ୍ଟ ୨୧ ତାରିଖ ଦିନ ବିଶ୍ରା ସେକ୍ସନ ଅଫିସ୍ ଠାରେ, ଅଗଷ୍ଟ ୨୨ ତାରିଖ ଦିନ ରାଜଗାଙ୍ଗପୁର ସ୍ଥିତ ସବ-ଡିଭିଜନ ଅଫିସ୍-ଠାରେ, ଅଗଷ୍ଟ ୨୩ ତାରିଖ ଦିନ ବୋଣାଇ ସବ-ଡିଭିଜନ୍ ଅଫିସ୍ ଠାରେ, ଅଗଷ୍ଚ ୨୭ ତାରିଖ ଦିନ ମେନ୍ ରୋଡ଼ ସେକ୍ସନ ଅଫିସ୍ ଠାରେ, ଅଗଷ୍ଟ ୨୮ ତାରିଖ ଦିନ ଉଜଲାପୁର ସବ-ଡିଭିଜନ ଅଫିସଠାରେ ଏବଂ ଅଗଷ୍ଟ ୨୯ ତାରିଖ ଦିନ ସିଭିଲ୍ ଟାଉନସିପ ସ୍ଥିତ ଜିଆରଏଫ୍ ଅଫିସ୍ ଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନର ପୀଠ ଆୟୋଜନ କରାଯାଉଅଛି ।