ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୧୭/୮ : ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ନେଇ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ତା’ ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ।