ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ୩୧ ତମପ୍ରତିଷ୍ଠା ଦିବସ ; ପ୍ରତିଯୋଗୀତା ମୂଳକ ଶିକ୍ଷା ହିଁ ବିଦ୍ୟାର୍ଥିଙ୍କୁ ସଫଳତା ଆଣିଦିଏ

ଖୁଣ୍ଟା , ୬/୯ : ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଡ଼. ଅଶ୍ୱନୀ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ଖୁଣ୍ଟା ବ୍ଳକ ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ ,ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ବିରଭଦ୍ର ସିଂ , ଅନ୍ୟତମ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠି, ପୂର୍ବତନ ଅଧ୍ୟକ୍ଷା ସଞ୍ଜୁଲତା ମହାନ୍ତି, ମହାବିଦ୍ୟାଳୟର ପରିଚାଳନା ସଂମ୍ପାଦକ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟଅତିଥି ବିଡ଼ିଓ ଶ୍ରୀ ଘୋଷ ପ୍ରତିଯୋଗୀତା ମୂଳକ ଶିକ୍ଷା ଗ୍ରହଣ ହିଁ ବିଦ୍ୟାର୍ଥୀ ମାନଙ୍କୁ ସଫଳତା ଆଣିଦେଇଥାଏ l ତେଣୁ ଏଥିପ୍ରତି ବିଦ୍ୟାର୍ଥୀମାନେ ସଚ଼େତନ ହେବା ପାଇଁ ପରାମର୍ଶ ଦେଇଥିଲେ । କେବଳ ସାଟିଫିକେଟ ହାସଲ ପାଇଁ ଶିକ୍ଷା ଗ୍ରହଣ ନ କରି ଶିକ୍ଷା ସହିତ ଲକ୍ଷ୍ୟ ଓ ଚରିତ୍ର ଗଠନକୁ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ପରଲୋକାଗତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ସେହିପରି ସ୍ନାତକ ପରିକ୍ଷାରେ ମହାବିଦ୍ୟାଳୟରୁ ସର୍ବାଧିକ ନମ୍ବର ରଖିଥିବା କାଳା ବିଭାଗରୁ ଛାତ୍ରୀ ହିରାମଣୀ ମାଝି ଓ ବିଜ୍ଞାନ ବିଭାଗର ଛାତ୍ର ସତ୍ୟନାରାୟଣ ସାହୁ ଙ୍କ ସମେତ ମହାବିଦ୍ୟାଳୟରୁ ପିଏଚଡ଼ି ଲାଭ କରିଥିବା ଅଧ୍ୟାପିକା ମଧୁସ୍ମିତା ପାଇନ୍ , ସୁଷମା ହାଁସଦା ଏବଂ ସ୍ନୋହାଶିଷ ସେଠୀଙ୍କୁ ଅତିଥିଗଣ ସମ୍ମାନୀତ କରିଥିଲେ । ସାହିତ୍ୟ ବିଭାଗର ଅଧ୍ୟାପିକା ହିରଣ୍ମୟୀ ଶତପଥି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭାକର୍ଯ୍ୟ ଭ°ଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକ, କର୍ମଚାରୀଙ୍କ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।