ଆଶାର ପ୍ରଦୀପ ଜାଳି ଦୀପାବଳି ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍

ଆଶାର ପ୍ରଦୀପ ଜାଳି ଦୀପାବଳି ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍

ଭୁବନେଶ୍ବର,୨୧/୧୦ : ଆଲୋକର ପର୍ବ ଦୀପାବଳିକୁ ସାରା ଭାରତରେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଏ l କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଗ୍ରାମର ମଲ୍ଲଗଡାରେ ରୁହନ୍ତି ସୁଷମା ମଲ୍ଲ l ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଆର ପାରିକୁ ଚାଲି ଗଲେଣି l ତାଙ୍କର ସନ୍ତାନ ନାହାଁନ୍ତି l ଏହି ଦୁଃଖିନୀ ମା’ଟି କିପରି ବା ଦୀପାବଳି ପାଳିବ ? ଯାହାର ଘରେ ଖାଇବାକୁ ନାହିଁ, ପନ୍ଧିବାକୁ ନାହିଁ, ଦୀପ ଜାଳିବାକୁ ବଳିତା ନାହିଁ ତାର ବା କ’ଣ ଦୀପାବଳି l ଏହିପରି ଜଣେ ଅସହାୟ ମହିଳାଙ୍କ ବିଷୟରେ ଜାଣିବା ପରେ, ତାଙ୍କ ନିକଟରେ ଆଶାର ଦୀପାବଳି ନେଇ ପହଞ୍ଚିଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଗଣ l

ମା’ ସୁଷୁମାଙ୍କ ପାଇଁ ବସ୍ତ୍ର ଦୁଇ ମାସର ରାସନ, ପନିପରିବା, ଖୁସି ର ପର୍ବ ପାଇଁ ମିଷ୍ଟାନ୍ନ ଓ ଦୀପାବଳିର ସମସ୍ତ ସରଞ୍ଜାମ ସହ ତାଙ୍କ ଭଙ୍ଗା କୁଡ଼ିଆରେ ପହଞ୍ଚିଥିଲେ l ଏତେ ସବୁ ଘଟଣାକୁ ଦେଖି ସୁଷମା ହତବାକ ହୋଇଯାଇଥିଲେ l ମନେ ମନେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କହୁଥିଲେ, ପ୍ରଭୁ ମନର ଆଶା ପୂରଣ କରିଦେଲ । ଆଜି ତୋ ପାଦ ତଳେ ଦୀପାଳି ଜାଳିବି l ଜଣେ ଗ୍ରାମର ପିଲା ଆସି ପଚାରିଲେ ମା’ଆଜି କଣ ତୋ ଘରେ ଏତେ ଲୋକ, ସୁଷମା କହିଲେ ଜଗନ୍ନାଥ ଦୀପାବଳି ପାଳନ ପାଇଁ ତାଙ୍କ ପିଲାଙ୍କୁ ପଠାଇଛନ୍ତି l ଏହି କାର୍ଯ୍ୟକ୍ରମ ଦେଖି ସାରା ଅଂଚଳବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ଧନ୍ୟ ଧନ୍ୟ କହିଥିଲେ l ଆଜିଠୁ ସୁଷମ ମା’ର ସୁଖ ଦୁଃଖର ସାଥି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବୋଲି ଟ୍ରଷ୍ଟର ସଭାପତି ଦମନ ମହାନ୍ତି ମତ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ଥିଲା ଆଶାର ଦୀପାବଳୀ ବୋଲି ଟ୍ରଷ୍ଟର ଯଶୋଦା ମା’ ମତ ଦେଇଥିଲେ l ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳନା କରିଥିଲେ ଟ୍ରଷ୍ଟର ସମ୍ପାଦକ ରାଜେଶ କୁମାର ବାରିକ l ଅନ୍ୟ ସହଯୋଗୀ ବନ୍ଧୁମାନେ ହେଲେ ପଦାରବିନ୍ଦ, ଗଙ୍ଗାଧର ସାମଲ, କେଦାର ସ୍ୱାଇଁ, ନିଗମ ସାହୁ, ଭାବଗ୍ରାହୀ ସାହୁ, କାଳନ୍ଦୀ ମଲ୍ଲିକ ଓ ଅନ୍ୟମାନେ l