ଅନ୍ତର୍ଜାତୀୟ ମାଗାଜିନର ପୃଷ୍ଠା ମଣ୍ଡନ କରୁଛି ଶିମିଳିପାଳର କଳା ବାଘ

ଅନ୍ତର୍ଜାତୀୟ ମାଗାଜିନର ପୃଷ୍ଠା ମଣ୍ଡନ କରୁଛି ଶିମିଳିପାଳର କଳା ବାଘ

ଖୁଣ୍ଟା,୨୦/୯ : ଅନ୍ତର୍ଜାତୀୟ ନ୍ୟାସନାଲ ଜିଓଗ୍ରାଫି ମାଗାଜିନରେ ମୟୁରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ ସ୍ଥାନ ପାଇଛନ୍ତି । ଶିମିଳିପାଳର କଳା ବାଘକୁ ତାହାର କଭର ପେଜରେ ସ୍ଥାନିତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଥିବାବେଳେ କଳା ବାଘ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବା ସ ଅକ୍ଟୋବର ୨୦୨୫ମାଗାଜିନରେ ଏହା ସ୍ଥାନ ପାଇଛି। ଯେଉଁ ଫଟୋ ଟି ଭାରତୀୟ ଫୋଟଗ୍ରାଫର ପ୍ରସଂଜିତ ଯାଦବ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଉତ୍ତୋଳନ କରିଥିଲେ।

ଏହା ଓଡିଶା ତଥା ମୟୁରଭଞ୍ଜ ପାଇଁ ଗୌରବ କଥା ଅଟେ। ଶିମିଳିପାଳରେ କେବଳ ଏହି ମେଳାନଷ୍ଟିକ ପ୍ରଜାତିର କଳା ବାଘ ଦେଖିବାକୁ ମିଳିଥାଏ। ଏହାର ବିକାଶ ନିମନ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ମଞ୍ଚାବନ୍ଧାରେ ଦେଶର ପ୍ରଥମ ଏକ କଳା ବାଘ ସଫାରି ପ୍ରତିଷ୍ଠା କରିବା ନିମନ୍ତେ ଗତ ଜାନୁଆରୀ ୨୦୨୪ରେ ଘୋଷଣା କରିଥିଲେ।