ମହାପ୍ରଭୁଙ୍କୁ ନେଇ ବିବାଦୀୟ ବୟାନ ଘଟଣା ; କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ମହାପ୍ରଭୁଙ୍କୁ ନେଇ ବିବାଦୀୟ ବୟାନ ଘଟଣା ; କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ଭୁବନେଶ୍ବର,୨/୧୨ : ଲୋକପ୍ରିୟ ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରାଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି । ଜନସାଧାରଣଙ୍କ ଦ୍ବାରା ସମାଲୋଚନା ହେଲା ପରେ ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି , ମୋର ଏହା ନିଜ କଳ୍ପନା ନୁହେଁ ମୁଁ ଏକଥା ଶୁଣିଛି । ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର ।

ସୂଚନାଯୋଗ୍ୟ ଯେ, ଲୋକପ୍ରିୟ ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା କିଛିଦିନ ପୂର୍ବରୁ ମହାପ୍ରଭୁଙ୍କୁ ନେଇ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଗଲେ, ସେମାନଙ୍କର ସଂପର୍କ ସଫଳ ହେବ ନାହିଁ। ବିବାଦୀୟ ମନ୍ତବ୍ୟ ପରେ ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ଶ୍ରୀମନ୍ଦିରରେ ପ୍ରେମୀଯୁଗଳଙ୍କ ପ୍ରବେଶ ଉପରେ ସେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଥିଲା।