ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‌

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୨୮/୬: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ ଶୁକ୍ରବାର ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ଜାନୁଆରୀ ୩୧ରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ସୋରେନଙ୍କୁ ଗିରଫ କରିଥିଲା।