ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ; ୫ଟି ପ୍ରସ୍ତାବ ଆଗତ
ଭୁବନେଶ୍ୱର,୧୪/୨ : ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ତମ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ ୫ଟି ପ୍ରସ୍ତାବ ଆଗତ କରାଯାଇଥିଲା l ତନ୍ମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ ୨୦୨୬-୨୭ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ ହେବ l ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା l ଏ ସବୁ ୪ ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି l

Editor 


