ଶ୍ବାସ ରୁଦ୍ଧ ହୋଇ ୩ଶ୍ରମିକ ମୃତ, ଜଣେ ଗୁରୁତର

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା ), ୨୪/୮ : ଶ୍ବାସ ରୁଦ୍ଧ ହୋଇ ୩ଶ୍ରମିକ ମୃତ, ଜଣେ ଗୁରୁତର l ଏଭଳି ଏକ ଦୁଖଃଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମେନକିରା ଥାନା ଅନ୍ତର୍ଗତ ପୁକୁଡା ଗ୍ରାମରେ l
ଏକ ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳିବାକୁ ଭିତରକୁ ପଶିଥିବାବେଳେ ଶ୍ୱାସ ରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ ହୋଇଥିବାବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ମୃତକ ହେଲେ ଶ୍ରୀକାନ୍ତ ମୁଣ୍ଡା(୩୫), ଭରତ ରଣା (୨୮)ଓ ବସନ୍ତ ଦେହୁରୀ(୩୭)। ଗୁରୁତର ଥିବା ସିଦ୍ଧାର୍ଥ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।