ଖାଲି ରୋଷେଇରେ ମାଳ ମାଳ ମେନୁ : ନବୀନ

ଖାଲି ରୋଷେଇରେ ମାଳ ମାଳ ମେନୁ : ନବୀନ

ଭୁବନେଶ୍ବର,୨୦/୨ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି। ତେବେ ଏହି ବଜେଟ ଉପସ୍ଥାପନ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, ଏହି ବଜେଟ୍ ବିଷୟରେ ମୁଁ କ’ଣ କହିବି? ଏହା ମୋତେ ଏମିତି ଲାଗୁଛି ଯେମିତି “ଖାଲି ରୋଷେଇରେ ମାଳ ମାଳ ମେନୁ”। ବଜେଟ ବିଷୟରେ ମୁଁ ଏହା ଅନୁଭବ କରୁଛି ବୋଲି ନବୀନ କହିଛନ୍ତି।