ଏଲପିଜି ଗ୍ୟାସ୍ ଯୋଗାଣ ପ୍ରଭାବିତ ହେବା ଆଶଙ୍କା; ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ
ଭୁବନେଶ୍ୱର, ୨୫/୩ : ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଗାମୀ ଦିନରେ ଏଲପିଜି ଗ୍ୟାସ୍ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ସମ୍ଭାବ୍ୟ ଗ୍ୟାସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ହୋଟେଲ ଓ ରେସ୍ତୋରାଁମାନଙ୍କୁ ପାରମ୍ପରିକ ଏଲପିଜି ଗ୍ୟାସ୍ ଉପରେ ନିର୍ଭରଶୀଳତା କମାଇବାକୁ କୁହାଯାଇଛି । ଏହା ବଦଳରେ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି ।
ହୋଟେଲ ଓ ରେସ୍ତୋରାଁମାନଙ୍କୁ ପିଏନଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବୈଦ୍ୟୁତିକ ଓଭେନ୍ ଏବଂ ଇଣ୍ଡକ୍ସନ୍ ର ବ୍ୟବହାର ବୃଦ୍ଧି । ବୃହତ୍ ରନ୍ଧନ କାର୍ଯ୍ୟ ପାଇଁ ଷ୍ଟିମ୍ କୁକିଂ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗ୍ୟାସ ଅଭାବ ସମୟରେ ଅନେକ ସ୍ଥାନରେ ଅବୈଧ ଗଚ୍ଛିତ ବା କଳାବଜାରୀ ହେବାର ସମ୍ଭାବନା ଥାଏ । ଏହାକୁ ରୋକିବା ପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଥିବା କହିଛନ୍ତି।

Editor 


