ଜଟଣୀ ପଥ ଉତ୍ସବର ମଞ୍ଚ ପୂଜା
ଭୁବନେଶ୍ବର, ୧୩/୧୨ : ଜଟଣୀରେ ଆସନ୍ତା ଡିସେମ୍ବର ୨୧ତାରିଖରେ ହେବାକୁ ଥିବା ପ୍ରଥମ ପଥ ଉତ୍ସବର ଆଜି ମଞ୍ଚ ପୂଜା ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ.ରୁଷି ପଟ୍ଟନାୟକଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଛି । ପଥ ଉତ୍ସବର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା ଏବଂ ଜଟଣୀ ବିକାଶ ପରିଷଦର ସଭାପତି ସୁଦର୍ଶନ ସୁନ୍ଦରାୟ କର୍ତ୍ତା ରୂପରେ ବସି ମଞ୍ଚ ପୂଜା କାମ କରିଥିଲେ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ବଡ଼ଜେନା ଉପସ୍ଥିତ ଥିବ ସମସ୍ତଙ୍କୁ ବହୁମାତ୍ରାରେ ସଂଯୋଗ କରି ସଫଳ କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ଆଇ.ଆଇ.ସି ଷ୍ଟ।ଲିନ ବିଶ୍ଵାଳ, ଅଗ୍ନିଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରା, ବିକାଶ ପରିଷଦର କୈଳାଶ ବେହେରା, ରାଜୁ ପଟ୍ଟନାୟକ, ଭୁବନେଶ୍ଵର ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା, ମହିଳା ମୋର୍ଚ୍ଚା ସଭାପତି ନିରୁପମା କର, ମଣ୍ଡଳ ସଭାପତି ତିରୁପତି ଶତପଥି ଯୁବମୋର୍ଚ୍ଚା ସଭାପତି ସବ୍ୟସାଚୀ ଦାସ, ରେଳବାଇ ତରଫରୁ କେ.ସୂର୍ଯ୍ୟ ଭାସ୍କର ଓ ସଂଯୁକ୍ତ ପଟ୍ଟନାୟକ, ରବି ସାହୁ, ରଶ୍ମିରଞ୍ଜନ ଦାସ, ବିଘ୍ନେଶ ପଟ୍ଟନାୟକ ପ୍ରମୁଖ ଯୋଗାଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ।

Editor 


