୨୦୨୫-୨୬ ଆର୍ଥିକ ବର୍ଷ ଅତିରିକ୍ତ ବଜେଟ୍ ଆଗତ ; ସୁଭଦ୍ରା ଯୋଜନା ପାଇଁ ୨୯୫କୋଟି ଟଙ୍କା ପ୍ରଦାନ

୨୦୨୫-୨୬ ଆର୍ଥିକ ବର୍ଷ ଅତିରିକ୍ତ ବଜେଟ୍ ଆଗତ ; ସୁଭଦ୍ରା ଯୋଜନା ପାଇଁ ୨୯୫କୋଟି ଟଙ୍କା ପ୍ରଦାନ

ଭୁବନେଶ୍ବର,୨୮/୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୩,୩୮୯, କାର୍ଯ୍ୟକ୍ରମ ବ୍ୟୟ ୧୩,୭୧୬, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୭୧, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୬୪ ମୋଟ୍ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ୧୫୫୮କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ମହିଳା ଓ ଶିଶୁ ସଶକ୍ତିକରଣ :

-ସୁଭଦ୍ରା ଯୋଜନା ପାଇଁ ୨୯୫କୋଟି ଟଙ୍କା ପ୍ରଦାନ କରାଯାଇଛି ।

- ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ କୋଠା ସମ୍ପୂର୍ଣ କରିବା ପାଇଁ ୨୦୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

- ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ଭମୂଳକ ନଗଦ ହସ୍ତାନ୍ତର ପାଇଁ ୧୪୨କୋଟି ଟଙ୍କା ପ୍ରଦାନ କରାଯାଇଛି ।

- ICDS ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ ୬୯କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

-କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ବାବଦକୁ ୪୧କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

-ପିତାମାତାହୀନ, ଏକାକୀ ପିତାମାତା ଏବଂ ଅବହେଳିତ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

- ଶକ୍ତି ସଦନ (ସାମର୍ଥ୍ୟ) ପାଇଁ ୩୩କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି I

- ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫କୋଟି ଟଙ୍କାର ବ୍ୟବସ୍ଥା ।

-ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ ୪୨୬କୋଟି ଟଙ୍କାର ବ୍ୟବସ୍ଥା ।