ଓଡ଼ିଶାରେ ବିଶ୍ବସ୍ତରୀୟ ସିଙ୍କ୍ ସାଉଣ୍ଡ ହବ୍

ଓଡ଼ିଶାରେ ବିଶ୍ବସ୍ତରୀୟ ସିଙ୍କ୍ ସାଉଣ୍ଡ ହବ୍

ଭୁବନେଶ୍ବର,୧୩/୧୨ : ଓଡ଼ିଆ ସିନେ ନିର୍ମାତାମାନଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ଓଡ଼ିଆ ସାଉଣ୍ଡ ଟେକ୍ନୋଲୋଜିରେ ଆସିଛି ନୂଆ ବିପ୍ଳବ । ଘଣ୍ଟା ଘଣ୍ଟାର ଡବିଂ ନୁହେଁ ଏବେ ସିଙ୍କ୍ ସାଉଣ୍ଡ୍ ଦ୍ୱାରା ଦର୍ଶକ ଦେଖିବାକୁ ପାଇବେ ବାସ୍ତବ ସଂଳାପ । ଏହି ବିପ୍ଳବର କର୍ଣ୍ଣଧାର ସାଜିଛି JKF(ଜିତେଶ କୁମାର ଫିଲ୍ମଜ୍‌) ପ୍ରଡ଼କ୍ସନ । ଓଡ଼ିଆ ସିନେମାର ସଂଳାପର ସାଉଣ୍ଡକୁ ଉଚ୍ଚକୋଟିର କରିବା ପାଇଁ JKFର ପ୍ରୟାସ ପ୍ରଶଂସନୀୟ।

ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା ବହୁ ଭାଷୀ ଚଳଚ୍ଚିତ୍ର "T" (ଓଡ଼ିଆ ଏବଂ ହିନ୍ଦୀ) ପାଇଁ ଜଣାଶୁଣା । ଏହାସହ ସେ ସନ୍ ୮୪ ଜଷ୍ଟିସ୍, ମଣ୍ଟୋସ୍ତାନ୍, ସାଇଡ୍ ଏ ସାଇଡ୍ ବି, ରବ୍ବି ଭଳି ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆମାଜନ୍ ପ୍ରାଇମ୍ ଓ ନେଟଫ୍ଲିକ୍ସ ଭଳି ବଡ଼ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ଅଛି । ପାଇଁ ଜଣାଶୁଣା । ସେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଜିତେଶ କୁମାର ଫିଲ୍ମଜ୍‌ ଅଧୀନରେ ଓଡ଼ିଶାରେ ଅତ୍ୟାଧୁନିକ ସିଙ୍କ୍ ସାଉଣ୍ଡ୍ ଇକ୍ୟୁପମେଣ୍ଟ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି । ଯାହା ଓଡ଼ିଆ ସିନେ ନିର୍ମାତାମାନଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି JKF ପ୍ରଡ଼କ୍ସନ ହାଉସ୍ ପକ୍ଷରୁ କୁହାଯାଇଛି । ଓଡ଼ିଶାରେ ଏଭଳି ଅତ୍ୟାଧୁନିକ ଉପକରଣ ପ୍ରଥମ ଥର ପାଇଁ ଆଣିଛି JKF ପ୍ରଡ଼କ୍ସନ । ଯାହା ଏବେ ସିନେ ନିର୍ମାତାମାନଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ ।  

- ଓଡ଼ିଆ ସାଉଣ୍ଡ ଟେକ୍ନୋଲୋଜିରେ ଆସିଛି ନୂଆ ବିପ୍ଳବ 

- ସିଙ୍କ୍ ସାଉଣ୍ଡର ଗୋଟିଏ ଠିକଣା JKF ପ୍ରଡ଼କ୍ସନ

- ଘଣ୍ଟା ଘଣ୍ଟାର ଡବିଂ ନୁହେଁ ଏବେ ସିଙ୍କ୍ ସାଉଣ୍ଡ୍ ଦ୍ୱାରା ବଢ଼ିବ ଓଡ଼ିଆ ସିନେମାର ମାନ

Sync Sound(ସିଙ୍କ୍ ସାଉଣ୍ଡ)ର ଅର୍ଥ ହେଉଛି ଭିଡ଼ିଓ ଶୁଟ୍ ସମୟରେ କ୍ୟାମେରା ସହ ଯେଉଁ ଅଡ଼ିଓ ରେକର୍ଡ଼ ହୁଏ ସେହି ସାଉଣ୍ଡକୁ Sync Soundକୁହାଯାଏ । ସିନ୍ ଶୁଟ୍ ହେଉଥିବା ସମୟରେ ଯାହା ସାଉଣ୍ଡ ଉଠିଥାଏ ତାହାକୁ Direct Sound / Live Sound / Sync Sound କୁହାଯାଏ । ଏହା କ୍ୟାମେରାର ଭିଡିଓ ସହ ଠିକ୍ ସମୟରେ ସିଙ୍କ୍ ହୋଇଥାଏ। Sync Sound ବିଶେଷ କରି ଫିଲ୍ମ, ଡକ୍ୟୁମେଣ୍ଟାରି, ନ୍ୟୁଜ୍, ଲାଇଭ୍ ଭିଡ଼ିଓ, ୟୁଟ୍ୟୁବ୍ ଭ୍ଲଗରେ ବ୍ୟବହାର ହୋଇଥାଏ । Sync Sound ପଦ୍ଧତିରେ ବିଶେଷ କରି ଅଭିନେତାମାନଙ୍କର କଥାବାର୍ତ୍ତା, ପରିବେଶର ଶବ୍ଦ ଏବଂ ଅନ୍ୟାନ୍ୟ ଶଦ୍ଦକୁ ସୁଟିଂ ସ୍ଥଳରେ ହିଁ କ୍ୟାମେରା ସହ ସମକାଳୀନ ଭାବରେ ଉନ୍ନତ ମାଇକ୍ରୋଫୋନ୍ ବ୍ୟବହାର କରି ରେକର୍ଡ଼ କରାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଷ୍ଟୁଡିଓରେ ଡବିଂକୁ କମ୍ କରିବା କିମ୍ବା ସମ୍ପୂର୍ଣ୍ଣ ରୂପେ ଏଡ଼ାଇବା । ଏହାଦ୍ୱାରା ଚଳଚ୍ଚିତ୍ରରେ ଅଧିକ ସ୍ୱାଭାବିକତା ଏବଂ ବାସ୍ତବତା ଆସିଥାଏ ବୋଲି କୁହାଯାଇଛି । ଗୁରୁବାର ଟଙ୍କପାଣି ରୋଡ଼ସ୍ଥିତ ଥିବା JKF କାର୍ଯ୍ୟାଳୟରେ ଏହାର ଉଦଘାଟନ କରାଯାଇଛି । ଶ୍ରୀ ପରିଡ଼ା କହିଛନ୍ତି ଯେ, ତାଙ୍କ ଟିମ୍ ପାଖରେ ସିଙ୍କ୍ ସାଉଣ୍ଡରେ ବ୍ୟାପକ ଅଭିଜ୍ଞତା ଏବଂ ବୈଷୟିକ ବିଶେଷଜ୍ଞତା ଅଛି । ଯାହା ଭାରତର ସର୍ବୋତ୍ତମ ଚଳଚ୍ଚିତ୍ର ଶିଳ୍ପ ସହିତ ସମାନ। ଏହି ପଦକ୍ଷେପର ଲକ୍ଷ୍ୟ ନୂତନ ଏବଂ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏପରି ସିନେମା ତିଆରି କରିବାକୁ ସଶକ୍ତ କରିବ ଯାହା ବୈଷୟିକ ଭାବରେ ଦୃଢ଼, ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ ଏବଂ ବିଶ୍ୱ ସ୍ତରରେ ଆକର୍ଷଣୀୟ ହେବ ।

ଏହି ଅବସରରେ ସିନେମା ପ୍ରଯୋଜକ ଶ୍ରୀଧର ମାର୍ଥା, ହିମାଦ୍ରୀ ତନୟା ଦାସ, ଅଭିନେତା ରଣବୀର କଲସିଙ୍କ ସମେତ ଅନେକ ଚଳଚ୍ଚିତ୍ର ଓ ସିରିଏଲ ନିର୍ଦ୍ଦେଶକ, ସାଉଣ୍ଡ୍ ଡିଜାଇନର ଏବଂ ସିନେ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସିଙ୍କ୍ ସାଉଣ୍ଡ୍ ଓଡ଼ିଆ ସିନେ ନିର୍ମାତାଙ୍କ କ୍ଷେତ୍ରରେ ବେଶ୍ ଉପଯୋଗୀ ହେବ ବୋଲି ବରିଷ୍ଠ ବ୍ୟକ୍ତିତ୍ୱମାନେ ମତ ପ୍ରକାଶ କରିଛନ୍ତି ।