ଟି ୨୦ ବିଶ୍ବକପ ଲାଗି ଭାରତୀୟ ଦଳ ଘୋଷଣା : ସଞ୍ଜୁ ସ୍ୟାମସନ ଓ ପନ୍ତଙ୍କୁ ମିଳିଲା ସୁଯୋଗ, ହାର୍ଦ୍ଦିକଙ୍କୁ ବଡ଼ ଦାୟିତ୍ବ

ଟି ୨୦ ବିଶ୍ବକପ ଲାଗି ଭାରତୀୟ ଦଳ ଘୋଷଣା : ସଞ୍ଜୁ ସ୍ୟାମସନ ଓ ପନ୍ତଙ୍କୁ ମିଳିଲା ସୁଯୋଗ, ହାର୍ଦ୍ଦିକଙ୍କୁ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୩୦/୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏନେଇ ଘୋଷଣା କରାଯାଇଛି। ତେବେ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭୂମିକା ତୁଲାଇବେ। ସେହିଭଳି ଚୟନକର୍ତ୍ତା ସଞ୍ଜୁ ସାମସନ୍‌ଙ୍କ ଉପରେ ଭରସା ଦେଖାଇଥିବାବେଳେ କେ ଏଲ୍‌ ରାହୁଲଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିନାହିଁ। ସେହିଭଳି ରିଙ୍କୁ ସିଂ ରିଜର୍ଭ ଖେଳାଳି ଭାବେ ଦଳ ସହ ରହିବେ। ତାଙ୍କ ସ୍ଥାନ ଶିବମ ଦୁବେ ନେଇଛନ୍ତି। ଏହାଛଡ଼ା ଶୁବମନ ଗିଲ, ଖଲିଲ ଅହମ୍ମଦ, ଆବେଶ ଖାନ୍‌ଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଛି।

ଟି -୨୦ ବିଶ୍ୱକପ୍‌ ୨୦୨୪ପାଇଁ ଭାରତୀୟ କ୍ରିକେଟ ଦଳ – ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସ୍ୟାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ , ଅର୍ଶଦୀପ ସିଂ, ଜସପ୍ରିତ୍‌ ବୁମ୍‌ରା, ମହମ୍ମଦ ସିରାଜ

ରିଜର୍ଭ ଖେଳାଳି – ଶୁବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆବେଶଖାନ୍‌

https://twitter.com/BCCI/status/1785250931166060585?t=wFml1wQhOABsR9ogHDoaVQ&s=19