ମହିଳା ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ମହିଳା ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୦/୮ :  ମହିଳା ବିଶ୍ୱକପ୍ ୨୦୨୫ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ ହେବାକୁ ଯାଉଛି ମହିଳା ବିଶ୍ୱକପ୍ ୨୦୨୫ । ଏଥିରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକ ପଦ ଦିଆଯାଇଛି ।  

ଭାରତୀୟ ଦଳର ଷ୍ଟାର ଓପନର ବ୍ୟାଟସମ୍ୟାନ ଶେଫାଲି ବର୍ମାଙ୍କୁ ଟିମରେ ସ୍ଥାନ ମିଳି ନାହିଁ। ଚୟନକର୍ତ୍ତାମାନେ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ସେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲେ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ସେ କେବଳ ୩, ୩ ଏବଂ ୪୧ ରନ କରିଥିଲେ। ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ଯୋଡ଼ି ଭାରତୀୟ ମହିଳା ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏବଂ ନିଜ ଦମରେ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଥିଲେ। ୨୦୨୫ ବିଶ୍ୱକପ୍ ପାଇଁ ମନ୍ଧାନା-ରାୱଲଙ୍କ ଯୋଡ଼ି ଉପରେ ନିର୍ଭର କରାଯାଇଛି।

ଭାରତୀୟ ମହିଳା ଦଳ ଦଳରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଜେମିମା ରୋଡ୍ରିଗେଜ୍ ଭଳି ବ୍ୟାଟ୍ସମ୍ୟାନ୍ ସାମିଲ ଅଛନ୍ତି। ବୋଲିଂ ବିଭାଗରେ ରେଣୁକା ସିଂହ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ ଏବଂ ସ୍ନେହ ରାଣା ଭଳି ଖେଳାଳି ଅଛନ୍ତି। ଭାରତୀୟ ଦଳ ଏପର‌୍ୟ୍ୟନ୍ତ ମହିଳା ବିଶ୍ୱକପ୍ ଟାଇଟଲ ଜିତିନାହିଁ। ଭାରତ ଦୁଇଥର (୨୦୦୫, ୨୦୧୭) ମହିଳା ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଉଭୟ ଥର ଏହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।