ରୋଇଡ଼ା ସରପଞ୍ଚଙ୍କ ବଦାନ୍ୟତା, ଜଗା ଦର୍ଶନ ପାଇଁ ପଞ୍ଚାୟତରୁ ନେଲେ ୭ଶହ ଲୋକଙ୍କୁ

ରୋଇଡ଼ା ସରପଞ୍ଚଙ୍କ ବଦାନ୍ୟତା, ଜଗା ଦର୍ଶନ ପାଇଁ ପଞ୍ଚାୟତରୁ ନେଲେ ୭ଶହ ଲୋକଙ୍କୁ

ଯୋଡ଼ା,୧୦/୧୨ : ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମାତ୍ରକେ ଜୀବନର ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ୱାସ ରହିଛି । କାଳିଆର ସେହି ଚକାନୟନ ଦର୍ଶନପାଇଁ ଦେଶ ବିଦେଶରୁ ଦୈନନ୍ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀଧାମକୁ ଛୁଟି ଆସିଥାଆନ୍ତି । କୁହାଯାଏ କାଳିଆର ଡୋରି ଲାଗିଲେ କଳା ଶ୍ରୀମୁଖ ଦର୍ଶନ ଲାଘବ ହୋଇଥାଏ । 

ଯୋଡ଼ା ବ୍ଲକ୍ ଭୂୟାଁ ରୋଇଡ଼ା ଗ୍ରାମ ପଞ୍ଚାୟତବାସୀଙ୍କ ପାଇଁ ଖୁସି କହିଲେ ନ ସରେ । କାଳିଆର ଅପାର କରୁଣାରୁ ଜଗା ଦର୍ଶନପାଇଁ ସେମାନଙ୍କୁ ସୁଯୋଗ ମିଳିଛି, ତାହା ପୁଣି ବିନା ଖର୍ଚ୍ଚରେ । ଭୂୟାଁ ରୋଇଡ଼ା ପଞ୍ଚାୟତର ସରପଞ୍ଚ ତୁଳସୀ ବବଙ୍ଗା ନିଜ ପଞ୍ଚାୟତର ପ୍ରାୟ ୭ଶହ ଲୋକଙ୍କୁ ଜଗା ଦର୍ଶନ କରାଇବାପାଇଁ ନିଜ ସାଥିରେ ନେଇ ପୁରୀ ଯାଇଛନ୍ତି । ତୁଳସୀ, ନିଜସ୍ୱ ଉଦ୍ୟମରେ ସମସ୍ତ ଖର୍ଚ୍ଚ ବହନକରି ଭୂୟାଁ ରୋଇଡ଼ା ପଞ୍ଚାୟତର ଭୂୟାଁ ରୋଇଡା କୁନ୍ଦୁରୁପାଣି ମୁଣ୍ଡାବସ୍ତି, ଡି- ବ୍ଲକ କ୍ୟାମ୍ପ୍ହାଟିଂ, ରୋଇଡ଼ା କ୍ୟାମ୍ପ୍ , କେ ଥାଟିନ୍ ଭଳି ଗ୍ରାମରୁ ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁ ବନ୍ଦୋବସ୍ତ କରି ଟ୍ରେନ୍ ଯୋଗେ ପୁରୀ ଯାଇଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ଖୁସି ପ୍ରକଟ କରିଛନ୍ତି ।

ଏହି ଚାରି ଦିନିଆ ଯାତ୍ରରେ ପୁରୀ ଧାମ୍ ସହିତ କୋଣାର୍କ, ଚନ୍ଦ୍ରଭାଗା, ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ୍, ଧଉଳି ଆଦି ବୁଲିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବଡବିଲ୍-ପୁରୀ ଇଣ୍ଟର୍ସିଟି ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଶୁକ୍ରବାର୍ ପୁନର୍ବାର ଇଣ୍ଟର୍ସିଟି ଟ୍ରେନ୍ ଯୋଗେ ଫେରି ନିଜ ପଞ୍ଚାୟତକୁ ପ୍ରସ୍ଥାନ କରିବେବୋଲି ଜଣାପଡିଛି