ଶ୍ରୀଧର ମାର୍ଥାଙ୍କ ସିନେମାରେ ନଜର ଆସିବେ ପୀୟୁଷ

ଭୁବନେଶ୍ବର,୧୨/୪ : ବ୍ୟାଡ୍ ବଏ ପୀୟୁଷ ତ୍ରିପାଠୀ ସିନେମାରେ ନଜର ଆସିବେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜ୍ଞା ହଁ ଖୁବଶୀଘ୍ର ସେ ସିନେମାରେ ଆସିବାକୁ ଯାଉଛନ୍ତି । ଏହାକୁ ନେଇ ଖୁଲାସା କରିଛନ୍ତି ଓଲଉଡ଼ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା । ସେ କହିଛନ୍ତି ମୁଁ ମୋର ଆଗାମୀ ସିନେମାରେ ପୀୟୁଷଙ୍କୁ ନେବି । ଏ ନେଇ ଆଲୋଚନା ଚାଲିଛି । ମାତ୍ର ଏବେ ଯାଏଁ କୌଣସି ପ୍ରକାରର କନଫର୍ମ ହୋଇନାହିଁ । ଖୁବଶୀଘ୍ର ମୁଁ ମୋର ଆଗାମୀ ସିନେମାର ନାଁ ଘୋଷଣା କରିବାକୁ ଯାଉଛି । ସେହି ସମୟରେ ମୋ ସହ ପୀୟୁଷ କାମ କରିବେ କି ନାହିଁ ଜଣାଇବି । ମାତ୍ର ବର୍ତ୍ତମାନ ଆମ ମଧ୍ୟରେ ଏ ନେଇ ଆଲୋଚନା ଚାଲିଛି ।
ସୂଚନା ଅନୁସାରେ, ଯଦି ଆମେ ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ କଥା ନଜର ପକାଇବା ତେବେ ତାଙ୍କର ପୂର୍ବ ସିନେମା ଥିଲା ‘ମାଇଣ୍ଡ ଗେମ୍’ ଯାହା ବେଶ ଚର୍ଚ୍ଚାରେ ଥିଲା । ସେବେଠାରୁ ସେ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ କାମ କରୁଛନ୍ତି । ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଥାନ୍ତି ଶ୍ରୀଧର ମାର୍ଥା। ଅପେକ୍ଷା ଆଗାମୀ ଦିନରେ ସେ ପୀୟୁଷଙ୍କୁ ନେଇ କାମ କରୁଛନ୍ତି କି ନାହିଁ ।