ଚତୁର୍ଥ ସିଟ୍ ଦତ୍ତେଶ୍ୱର ହିଁ ପାଇବେ : ବିଶ୍ୱଜିତ

ଚତୁର୍ଥ ସିଟ୍ ଦତ୍ତେଶ୍ୱର ହିଁ ପାଇବେ : ବିଶ୍ୱଜିତ

ଭୁବନେଶ୍ବର,୧୪/୩ : ରାଜ୍ୟସଭା ନିର୍ବାଚନ ଆଗରୁ ରାଜନୀତି ଚଳଚଞ୍ଚଳ ହୋଇଛି । କିଏ ଜିତିବ ତାକୁ ନେଇ ରଣକୌଶଳ ଚାଲିଛି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବିଶ୍ୱଜିତ ମହାନ୍ତି ନିଜର ମତ ରଖିଛନ୍ତି । ତାଙ୍କ ମତରେ ଚତୁର୍ଥ ସିଟ କଂଗ୍ରେସ ହିଁ ଜିତିବ । କଂଗ୍ରେସ ୧୪ ଯୁକ୍ତ ୧ ଆସନ ସହ ବିଜେଡିର ୧୮ ବିଧାୟକ ଦତ୍ତେଶ୍ୱରଙ୍କୁ ଭୋଟ ଦେବେ ।

ହେଲେ ବିଜେପି ଏହା ବିରୋଧରେ ଯେଉଁ ଚେଷ୍ଟା କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ୱଜିତ ମହାନ୍ତି । ନିଜ ପାଖରେ ସଂଖ୍ୟା ନ ଥାଇ ମଧ୍ୟ ଅପଚେଷ୍ଟା ଚଳାଇଛି । କଂଗ୍ରେସ ଓ ବିଜେଡି ନେତା ମିଶିକରି ଧର୍ମନିରପେକ୍ଷ ରାଜନୀତିର ପ୍ରମାଣ ଦେବେ ବୋଲି କହିଛନ୍ତି ସେ ।