"ସସ୍କୃତି ବନ୍ଧୁ" ଡିଏସପି ସରୋଜକାନ୍ତ ସାହୁଙ୍କୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ

କେନ୍ଦ୍ରାପଡ଼ା,୨୪/୭ : ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଡିଏସପି ସରୋଜକାନ୍ତ ସାହୁଙ୍କୁ "ସଂସ୍କୃତି ବନ୍ଧୁ" ସମ୍ମାନରେ ସମ୍ମାନୀତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ଥାନାମାନଙ୍କରେ ଅଧିକାରୀ ଥିବା ସମୟରେ ଶ୍ରୀଯୁକ୍ତ ସାହୁ ସମାଜ ସଂସ୍କାରକ ଓ ସଂସ୍କୃତି ସଂପନ୍ନ କର୍ମ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଅଧୀନରେ ଥିବା ପାଟକୁରା ଥାନା, ସଦର ଥାନା ଓ ଡେରାବିସ ଥାନାରେ ଏକରୁ ଅନେକ ମନ୍ଦିର ନିର୍ମାଣ କରାଇବା ସହ ରକ୍ତଦାନ ଶିବିର ଆୟୋଜନ କରିବା ଅନ୍ତର୍ଭୁକ୍ତ ଅଟେ। ସଧାରଣ ଜନତାଙ୍କ ପାଇଁ ବସିବା ସ୍ଥାନ ବନାଇବା, ପାନୀୟ ଜଳ ବ୍ୟବସ୍ଥା, ପାଇଖାନା ନିର୍ମାଣ କରାଇବା ଓ ବୃକ୍ଷ ରୋପଣ କରି ସେ ଜନ ମାନସରେ ପରିଚିତ।
ଶ୍ରୀଯୁକ୍ତ ସାହୁ ଏବେ ଥାନା ଅଧିକାରୀରୁ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଡିଏସପି ଭାବେ କାର୍ଯ୍ୟରତ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଗୋଟିଏ ବାର୍ତ୍ତା "ଆମ କର୍ମ ଆମ ପରିଚୟ" । ଏହି ମର୍ମରେ ଡିଏସପି ସରୋଜକାନ୍ତ ସାହୁଙ୍କୁ "ସଂସ୍କୃତି ବନ୍ଧୁ" ସମ୍ମାନରେ ସମ୍ମାନୀତ କରାଯାଇଛି । ତାଙ୍କୁ ଉତ୍ତରୀୟ ସହ ଏକ ଜାମୁଡଳ ବୃକ୍ଷ ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ପଣ୍ଡିତ ରବିନାରାୟଣ ମହାପାତ୍ର, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭପତି ଦମନ ମହାନ୍ତି ଓ ଟ୍ରଷ୍ଟର ମୁଖ୍ୟ ସହଯୋଗୀ ତପନ କୁମାର ନାଥ ଉପସ୍ଥିତ ଥିଲେ।