ସମ୍ବଲପୁରରେ ଜାତୀୟ ପ୍ରେସ ଦିବସ ପାଳିତ

ସମ୍ବଲପୁରରେ ଜାତୀୟ ପ୍ରେସ ଦିବସ ପାଳିତ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା),୧୬/୧୧ : ଆଜି ହେଉଛି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମର ଭୁମିକାକୁ ନେଇ ଆଲୋଚନା ସହ ପର୍ଯ୍ୟାଲୋଚନା କରାଯାଇଥିଲା । ଏ ନେଇ ଆଜି ସମ୍ବଲପୁର ପ୍ରେସ କ୍ଲବଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ସମ୍ବଲପୂର ବିଶ୍ଵବିଦ୍ୟାଳୟ କୂଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ କିପରି ସୂଚାରୁ ରୂପେ ପାଳନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ପ୍ରେସ କ୍ଲବର ସଭାପତି, ସମ୍ପାଦକଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ l