ସମାଜସେବୀ ସୁକାମିନୀ ବାରିକଙ୍କ ଏକାଦଶାହ

ସମାଜସେବୀ ସୁକାମିନୀ ବାରିକଙ୍କ ଏକାଦଶାହ

ଭୁବନେଶ୍ବର,୨୮/୫ : ସମାଜସେବୀ ସୁକାମିନୀ ବାରିକଙ୍କ ଏକାଦଶାହ ସୋମବାର ପାଳିତ ହୋଇଯାଇଛି । ସ୍ଥାନୀୟ ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟରଠାରେ ଏକାଦଶାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ କିଛିଦିନ ହେବ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୧୭ତାରିଖ ଦିନ ୪୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ନିଧନରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । 

ସ୍ବାମୀ ଦୀପକ ବାରିକ ସ୍ତ୍ରୀଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ତାଙ୍କର ପୁଅ ଏବଂ ଝିଅ ତାଙ୍କ ମା’କୁ ମନେ ପକାଇବା ସହ ତାଙ୍କ ଫଟୋକୁ ଧରି କାନ୍ଦୁଛନ୍ତି । ସୋମବାର ତାଙ୍କର ପରିବାର ଏବଂ ବନ୍ଧୁ ବର୍ଗ କମ୍ୟୁନିଟି ସେଣ୍ଟରଠାରେ ଏକାଠି ହୋଇ ସୁକାମିନୀଙ୍କ ଆତ୍ମାର ସଦଗତୀ ପାଇଁ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପରିବାରବର୍ଗଙ୍କ ଶାନ୍ତ୍ବନା ଦେଇଥିଲେ ।