ମୁକୁନ୍ଦ ଦାଶଙ୍କୁ ରାଷ୍ଟ୍ରୀୟ ନୈତିକତା ସମ୍ମାନ ପ୍ରଦାନ

ମୁକୁନ୍ଦ ଦାଶଙ୍କୁ ରାଷ୍ଟ୍ରୀୟ ନୈତିକତା ସମ୍ମାନ ପ୍ରଦାନ

ବରଗଡ଼,୧୩/୯ : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କୁ ରାଷ୍ଟ୍ରୀୟ ନୈତିକତା ସମ୍ମାନ ପ୍ରଦାନ । ସମାଜ ସେବା କାର୍ଯ୍ୟ କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ସେବା ଓ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ପାଇଁ ଆଜି ଅଯୋଧୟାର ଏକ ରାଷ୍ଟ୍ରୀୟ ସାମାଜିକ ଅନୁଷ୍ଠାନ ଟ୍ରଟେଜି ଫାଉଣ୍ଡେସନ ତରଫରୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ପ୍ରକାଶ ଯେ, ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସେବା କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି । ଡାକ ଯୋଗେ ତଥା ଇ-ମେଲ ମାଧ୍ୟମରେ ଏହି ସମ୍ମାନପତ୍ର ଆଜି ପହଞ୍ଚିଛି ବୋଲି ଶ୍ରୀ ଦାଶ ଜଣାଇଛନ୍ତି । ଏହି ସମ୍ମାନ ପାଇ ମୁକୁନ୍ଦ ବରଗଡ଼ ବାସୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟର ସମସ୍ତ ଆଜୀବନ ସଭ୍ୟ ଓ ସଭ୍ୟା ତଥା ଟ୍ରଷ୍ଟ ବୋର୍ଡକୁ ଶେୟ ଦେଇଛନ୍ତି ।