ରାଉରକେଲା ଜିଲ୍ଲା ପୋଲିସ୍ ଦ୍ବାରା ପ୍ରଥମ ବାର୍ଷିକ କ୍ରୀଡା ଓ ଖେଳକୁଦ-୨୦୨୪ର ସମାପନ

ରାଉରକେଲା ଜିଲ୍ଲା ପୋଲିସ୍ ଦ୍ବାରା ପ୍ରଥମ ବାର୍ଷିକ କ୍ରୀଡା ଓ ଖେଳକୁଦ-୨୦୨୪ର ସମାପନ

ରାଉରକେଲା, ୧୪/୧୨ : ଡିସେମ୍ବର ୯ ତାରିଖ ଠାରୁ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଜିଲ୍ଲା ପୋଲିସ୍ ଦ୍ବାରା ଆୟୋଜିତ ପ୍ରଥମ ବାର୍ଷିକ କ୍ରୀଡା ଓ ଖେଳକୁଦ - ୨୦୨୪ର ସମାପନ ଆଜି ହୋଇଯାଇଛି। ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିବା ପରେ ସମାପନ ହୋଇଛି।

ପ୍ରଥମ ବାର୍ଷିକ କ୍ରୀଡା ଓ ଖେଳପକୁଦର ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକ (ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି) ବ୍ରିଜେଶ କୁମାର ରାୟ ଏବଂ ସମ୍ମାନିତ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନୀ ଯୋଗଦେଇ ପ୍ରଥମ ସ୍ପୋର୍ଟସ ଏଣ୍ଡ ଆଥଲେଟିକ୍ ମିଟ୍ - ୨୦୨୪ର ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀମାନଙ୍କୁ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ହକି, କ୍ରିକେଟ, ଫୁଟବଲ, ଭଲିବଲ୍, ବ୍ଯାଡମିଣ୍ଟନ୍ ଏବଂ ଆଥଲେଟିକ୍ ବିଭାଗ ସ୍ଥାନ ପାଇଥିଲା ବେଳେ, ଆଥଲେଟିକରେ ଦୌଡ଼, ଜ୍ଯାଭଲିନ୍ ଥ୍ରୋ, ଡିସକସ୍ ଥ୍ରୋ ଇତ୍ୟାଦି ସ୍ଥାନ ପାଇଥିଲା। ସମାପନ ଉତ୍ସବର ପ୍ରାରମ୍ଭରେ ମୁଖ୍ଯ ଅତିଥି ପୋଲିସ୍ ଡିଆଇଜି ଶ୍ରୀ ରାୟ ଏବଂ ସମ୍ମାନୀୟ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ଓ୍ବାଧଓ୍ବାନୀ ପୋଲିସ୍ ବିଭାଗର ପ୍ରତିଯୋଗୀମାନଙ୍କ ପ୍ଯାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଥମ ବାର୍ଷିକ କ୍ରୀଡା ଓ ଖେଳକୁଦ ଉତ୍ସବ - ୨୦୨୪ର ବିଭିନ୍ନ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ସମ୍ମାନୀୟ ଅତିଥି ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନୀ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।