ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ ଗଠନ
ଭୁବନେଶ୍ଵର,୨୧/୪ : ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ ଗଠନ କରିଛନ୍ତି । ଏହି ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିବେ । ଏହି ବିଭାଗର ନିର୍ଦେଶକ ସଦସ୍ୟ ସଚିବ ରହିଛନ୍ତି । ସେହିପରି ବୋର୍ଡ଼ର ସଦସ୍ୟ ଭାବେ ରାଜ୍ୟ ପୁଲିସ ମହାନିର୍ଦେଶକ, ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିବେ।
ସେହିଭଳି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତ ରାଜ୍ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ସଦସ୍ୟ ଭାବେ ରହିବେ। ଏଥି ସହିତ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଡକ୍ଟରେଟ୍ ପାଇଥିବା ଦୀପ୍ତି ମହାପାତ୍ର ଏବଂ ଟ୍ରାନ୍ସଜେଣ୍ଡର ଅଧିକାର କର୍ମୀ ସୌମ୍ୟ ଦାସ ରହିଛନ୍ତି।
ଭୁବନେଶ୍ବରସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଏବଂ ବାଲୁଗାଁ ସ୍ଥିତ ଚେତନା ସଂଗଠନର ଜଣେ ଲେଖାଏଁ ପ୍ରତିନିଧି ସଦସ୍ୟ ଭାବେ ରହିବେ। ଏମାନଙ୍କ ବ୍ୟତିତ ବଲାଙ୍ଗୀର, ଅନୁଗୋଳ ଏବଂ ଖୋର୍ଦ୍ଧାର ଜିଲାପାଳ ମାନେ ପର୍ଯ୍ୟାୟକ୍ରମେ ସଦସ୍ୟ ଭାବେ ସ୍ଥାନ ପାଇବେ।

Editor 


