କୁତ୍ରା ଉତ୍କୃଷ୍ଟ ବିଦ୍ୟାଳୟରେ ୬0ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁନ୍ଦରଗଡ଼, ୧୫/୧ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର କୁତ୍ରା ଉତ୍କୃଷ୍ଟ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅନୁପସ୍ଥିତରେ କୁତ୍ରା ବ୍ଲକର ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ କୁତ୍ରା ତହସିଲଦାରଙ୍କ ସମେତ ଜିଲ୍ଲାର ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହି ପିଲାମାନେ କେମିତି ଭବିଷ୍ୟତରେ ଭଲ ମଣିଷଟେ ହୋଇ ଦେଶ ରାଜ୍ୟ ସହ ନିଜ ଜିଲ୍ଲାକୁ ଗୌରବାନ୍ବିତ କରିପାରିବେ ସବୁଠୁ ବଡ଼ ଦାୟିତ୍ୱ ରହୁଛି ଶିକ୍ଷକ ଓ ଅଭିଭାବକଙ୍କର । କୁତ୍ରାର ଏହି ସରକାରୀ ଉତ୍କୃଷ୍ଟ ବିଦ୍ୟାଳୟଟି ଜିଲ୍ଲାର ସବୁଠୁ ଅନ୍ୟତମ ।
ଆଜି ବି ଏହି ସରକାରୀ ଉତ୍କୃଷ୍ଟ ବିଦ୍ୟାଳୟରେ ଶିକ୍ଷା ଲାଭ କରିବାକୁ ହେଲେ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡେ । ଆପଣ ଜାଣିଥିବେ ସରକାରୀ ସ୍କୁଲରେ ପାଠ ପଢ଼େଇବାକୁ ବା ପଢିବାକୁ ଅଭିଭାବକ ବା ଛାତ୍ରଛତ୍ରୀମାନେ ଚାଁହୁନାହାନ୍ତି । କିନ୍ତୁ ଏ ସ୍କୁଲର ଶିକ୍ଷା ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ସହ ସ୍କୁଲର ଶାନ୍ତିଶୃଙ୍ଖଳା ପାଇଁ ଦେଶ ତଥା ରାଜ୍ୟରୁ ବୋହୁ ସମୟରେ ପୁରସ୍କୃତ ହୋଇ ଆସୁଅଛି । ଏହି ସ୍କୁଲଟି ଏବେ ୬୦ବର୍ଷର ବାର୍ଷିକ ଉତ୍ସବ ପାଳନ କରୁଛି ।