ବାଲୁକାକଳାରେ ସମବେଦନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳାରେ ସମବେଦନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ,୨/୮: କେରଳର ଓ୍ବାୟନାଡ୍‌ରେ ମଙ୍ଗଳବାର ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତକ, ନିଖୋଜ ଏବଂ କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି। ଏପରିକି ବାଲୁକାକଳାରେ ଓ୍ବାୟନାଡର ବିଭୀଷିକାକୁ ଦେଖାଇଛନ୍ତି।

https://x.com/sudarsansand/status/1819227069907439892?t=VKmTNZ3AytVSyYpj5DEcQA&s=19

ସୂଚନା ଯୋଗ୍ୟ, ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୯୧ରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ପାଖାପାଖି ୨୦୦ ଲୋକ ନିଖୋଜ ଅଛନ୍ତି। ସେନା, ଯବାନ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ରାଜ୍ୟର ଜରୁରୀ ସେବା ବିଭାଗ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।