ଜି.ବି ନଗର ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଉଦଘାଟିତ, ଶିକ୍ଷା ହଁ ସଫଳତାର ଚାବି କାଠି

ଜି.ବି ନଗର ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଉଦଘାଟିତ, ଶିକ୍ଷା ହଁ ସଫଳତାର ଚାବି କାଠି

ଖୁଣ୍ଟା,୪/୧୦ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧିନ ପୁରୁଣା ବାରିପଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଇତି ଅବସରରେ ବ୍ଲକ ବିଡ଼ିଓ କରୁଣାକର ଧିନ୍ଦାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ଭାସ୍କର ମଢ଼େଇ, ସମ୍ମାନୀତ ଅତିଥିଭାବେ ଉପଜିଲ୍ଲାପାଳ ଶୁଶାନ୍ତ ବାରିକ, ଉପାଧ୍ୟକ୍ଷା ରଶ୍ମିତା ଚୈଧୁରୀ, ପୁରୁଣା ବାରିପଦା ପଞ୍ଚାୟତର ସରପଞ୍ଚ ଭୋଳାନାଥ ସିଂ, ଜିଲ୍ଲାପରିଷଦ ସଭ୍ୟା, ଡବ୍ଲୁଇଓ ସତ୍ୟଭାନୁ ସର୍ଦ୍ଧାର ସଂଙ୍କ ସମେତ ବଭିନ୍ନ ପଞ୍ଚାୟତର ଲୋକପ୍ରତିନଧିମାନେ ଯୋଗଦେଇଥିଲେ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ବ୍ଲକର ବିଭିନ୍ନ ଅଞ୍ଚଳରୁ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇପାରିବେ।

ତେଣୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ । ଜଣେ ଛାତ୍ର ପାଇଁ ଶିକ୍ଷା ହଁ ସଫଳତାର ଚାବି କାଠି । ଜଣେ ଛାତ୍ର ଶିକ୍ଷିତ ହେଲେ ନିଜ ବିକାଶ ସହ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିଥାଏ । ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ଏହି ମାଧ୍ୟମରେ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହୋଇପାରିବେ ବୋଲି ଅତିଥିଗଣ ସୁଚାଇଥିଲେ । ଏହି ବିଦ୍ୟାଳୟ ମାଧ୍ୟମରେ ୬ଷ୍ଠରୁ ଦ୍ଵାଦଶ ଶ୍ରେଣୀର ମୋଟ ୪୨୦ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦଘାଟନର ସିଧା ପ୍ରସାରଣ ଦୃଶ୍ୟ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।