ସେବା ପାଇଁ ମୁକୁନ୍ଦ, ରକ୍ତଦାନ ପାଇଁ ଶିବାନନ୍ଦ, କ୍ରୀଡା ପାଇଁ ସନ୍ତୋଷ ସମ୍ମାନିତ

ବରଗଡ଼, ୪/୧୦ : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ପ୍ରେରଣା ଖବର ଓ ପ୍ରେରଣା ପୋର୍ଟାଲର ୪ବର୍ଷ ପୂର୍ତ୍ତି ଅବସର ସ୍ଥାନୀୟ ସାମ୍ବାଦିକ ଭବନଠାରେ ମହା ଆଡ଼ମ୍ବରରେ ସହିତ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂହଦେଓ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଲୋକଙ୍କୁ ସମ୍ମାନିତ କରାଯାଇଥିଲା । କିନ୍ତୁ ବରଗଡ଼ର ୩ଜଣ ପ୍ରତିଭାଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କୁ ସେବା ସମ୍ମାନ ଓ ରକ୍ତଦାନ ଓ ହସ୍ପିଟାଲରେ ସେବା ପାଇଁ ବରଗଡ଼ର ଶିବାନନ୍ଦ ମଟାରୀ, ଆନ୍ତର୍ଜାତିକ ଓ ଜାତୀୟସ୍ତରରେ କ୍ରୀଡ଼ା ପାଇଁ ସୁନାମ ଅର୍ଜନ କରିଥିବା ସନ୍ତୋଷ ପ୍ରଧାନଙ୍କୁ ସମ୍ମାନିତ କରିବା ସହ ବିଧାୟକ ସମସ୍ତ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ଓ ଖବର କାଗଜର ସମ୍ପାଦକ ରଘୁନନ୍ଦନ ସିଂ ଜନ କଲ୍ୟାଣ ସେବା ଟ୍ରଷ୍ଟ ପରି ସେବା କରିବା ପାଇଁ ଯୁବପିଢିମାନଙ୍କୁ ଜଣାଇଥିଲେ । ଏହା ସହିତ ଶିବାନନ୍ଦ ମଟାରୀ ଓ ସନ୍ତୋଷ ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।