ଓଡ଼ିଆ କଳାକାରଙ୍କ ସ୍ୱରର ସାଧାରଣ ବୈଠକ ଅନୁ୍ଷ୍ଠିତ, ଜୁଲାଇ ୨୪କଳାକାର ଦିବସ ପାଳନ ନେଇ ଆଲୋଚନା

ଓଡ଼ିଆ କଳାକାରଙ୍କ ସ୍ୱରର ସାଧାରଣ ବୈଠକ ଅନୁ୍ଷ୍ଠିତ, ଜୁଲାଇ ୨୪କଳାକାର ଦିବସ ପାଳନ ନେଇ ଆଲୋଚନା

ଭୁବନେଶ୍ବର, ୨୮/୫ : ଗତ ୨୬ତାରିଖରେ ଓଡ଼ିଆ କଳାକାରଙ୍କ ସ୍ୱରର ଏକ ସାଧାରଣ ବୈଠକ ମାଷ୍ଟର କ୍ୟଣ୍ଟିନସ୍ଥିତ ବୁଲେନ୍ ଭାଇଙ୍କ ସେବା ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀଧର ମାର୍ଥା, ଉପସଭାପି ଋଷି ପଟ୍ଟନାକ, ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସହ ସମ୍ପାଦକ ବରଦା ପ୍ରସନ୍ନ ପାତ୍ର, କୋଷାଧ୍ୟକ୍ଷ ମୃଣ୍ମୟ ନାୟକ ଏବଂ ସଂଯୋଜକ ସାର୍ଥକ ପ୍ରଧାନ ପ୍ରମୁଖ ମଞ୍ଚ ଦାୟିତ୍ୱରେ ଥିଲେ ଓ ସୁଚାରୁ ରୂପେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଏଥିରେ ଅନୁଷ୍ଠାନର ପାଖାପାଖି ୧୦୦ଜଣ କର୍ମକର୍ତ୍ତା ଯୋଗଦାନ କରିଥିଲେ ଏବଂ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ପରିଚୟପତ୍ର ପ୍ରଦାନ କରାଯିବା ସହ ଅନୁଷ୍ଠାନର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । କଳାକାର ବା କର୍ମକର୍ତ୍ତା ମାନେ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ମତ ରଖିଥିଲେ । କିଭଳି ଭାବରେ ଅନୁଷ୍ଠାନ ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢିବ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଅନୁଷ୍ଠାନର କଳାକାରମାନଙ୍କର ଅସୁବିଧା ସମୟରେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଦୂର କରିପାରିବ, ସୁଟିଂ ସେଟ୍ ରେ କିଛି ଅସୁବିଧା ହେଲେ ତାର ସମାଧାନ କରିପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ତତ୍ ସହିତ ଆଗାମୀ ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କଳାକାର ଦିବସରେ କ‘ଣ କ’ଣ କାର୍ଯ୍ୟକ୍ରମ କରାଯିବ, କିଏ କେଉଁ ସବୁ ଦାୟିତ୍ଵ ଗ୍ରହଣ କରିବେ ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ତତ୍ ସହିତ ଜୁଲାଇ ୨୪ କଳାକାର ଦିବସରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୦ଜଣ ଖ୍ୟାତି ସମ୍ପନ୍ନ କଳାକାରମାନଙ୍କୁ oks ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯିବ ବୋଲି ସ୍ଥିର କରାଗଲା ଓ ଓଡ଼ିଆ କଳାକାରଙ୍କ ସ୍ୱର ପରିବାର ତରଫରୁ କଳାକାର ଦିବସ ଦିନ କଳାକାରମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ରଙ୍ଗୀନ ବାର୍ଷିକ ପତ୍ରିକା ଉନ୍ମୋଚନ କରାଯିବ ବୋଲି ମଧ୍ୟ ସ୍ଥିର କରାଗଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିଶାଳ ସାହୁ, ରାଜେଶ ଅଗ୍ରୱାଲ ଓ ମିଥୁନ ପ୍ରଧାନ ପ୍ରମୁଖ ବ୍ୟବସ୍ଥାପନା ଦାୟିତ୍ୱରେ ଥିଲେ। ସଭା ଶେଷରେ ସହ ସମ୍ପାଦକ ବରଦା ପ୍ରସନ୍ନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ଶେଷ କରିଥିଲେ।