୨୪ରେ ‘ଓଡ଼ିଶା ଅପଡେଟ’ର ଚିତ୍ରାଙ୍କନ ପ୍ରତିଯୋଗିତା
ଭୁବନେଶ୍ବର,୧୮/୯ : ଆସନ୍ତା ୨୪ତାରିଖରେ ‘ଓଡ଼ିଶା ଅପଡେଟ’ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ବର ସ୍ଥିତ ୟୁନିଟ-୯ , ବୁଦ୍ଧ ମନ୍ଦିରଠାରେ ଏହା ଆୟୋଜିତ ହେବ । ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗ ଦେଇପାରିବେ । ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ହେବାକୁ ଯାଉଛି ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଏଣ୍ଟ୍ରି ଫି ୨୦୦/- ଟଙ୍କା ଧାର୍ଯ୍ୟ କରାଯାଇଛି । ବିଷୟ ଉକ୍ତ ଦିନ ସେଠାରେ ଦିଆଯିବ । ଅଧିକ ଜାଣିବାକୁ ଆମ ସହ ଯୋଗାଯୋଗ କରିପାରିବେ ମୋ : 7894067373, ଇମେଲ : odishaupdate02@gmail.com ।

Editor 


