ବିଧାନସଭା ଅଧିବେଶନ ଆରମ୍ଭ; ଆଗତ ହେଲା ଶୋକ ପ୍ରସ୍ତାବ
ଭୁବନେଶ୍ବର,୧୮/୯ : ବିଧାନସଭା ଅଧିବେଶନ ଆରମ୍ଭ। ପ୍ରଥମେ ପରଲୋକଗତ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆତ୍ମାର ସଦଗତି କାମନାରେ ଗୃହରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବୁମ, ପ୍ରଫୁଲ୍ଲ କୁମାର ଭଞ୍ଜ ପ୍ରମୁଖଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ସେହିପରି ପୂର୍ବତନ ଓଏପିଏଫ ଲୋକନାଥ ଶବର, ପୂର୍ବତନ କନଷ୍ଟେବଳ ଲକ୍ଷ୍ମଣ ମାଝି ପ୍ରମୁଖଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, CPI-M, ବିଧାୟକ ଲକ୍ଷ୍ମଣ ମୁଣ୍ଡା ।

Editor 


