ସମ୍ବଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତା ରଖି ଖୁଚୁରାରେ ଧାନ ବିକିଲେ ଚାଷୀ
ସମ୍ବଲପୁର,୧୬/୧୨(ଅଭ୍ୟର୍ଥନା ରଣା) : ଧାନ କ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ନେଇ ସମ୍ବଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ l ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବସ୍ତାରେ ଧାନ ଆଣି ଖୁଚୁରା ଧାନ ବିକ୍ରି କରିଥିଲେ l ମୁଖ୍ୟତଃ ସରକାର ଧାନ କ୍ରୟ କରୁ ନ ଥିବାରୁ ଚାଷୀ ଏହୁଭଳି ପ୍ରତିବାଦ କରିଥିବା କହିଛନ୍ତି l
ଟୋକନ ସମସ୍ୟା ନେଇ ଚାଷୀମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ କହିଛନ୍ତି l ଅନ୍ୟପଟେ ଚାଷୀ ସମସ୍ୟାକୁ ନେଇ ଜୋର ଧରିଛି ରାଜନୀତି l ଆଜି ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ମଧ୍ୟ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି l ତେବେ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଚାଷୀଙ୍କ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି l ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଟୋକନ ନେଇ ଯେଉଁ ସମସ୍ୟା ଥିଲା ତାକୁ ଦୂର କରାଯାଇଛି ଓ ବକେୟା ଟୋକନ ଆସି ଯାଇଛି ବୋଲି କହିଛନ୍ତି l

Editor 


