ଅଚ୍ୟୁତ ସାମନ୍ତ ନିରବ କାହିଁକି ?

ଅଚ୍ୟୁତ ସାମନ୍ତ ନିରବ କାହିଁକି ?

ଭୁବନେଶ୍ବର, ୨୫/୨ :  କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶାଠୁ ନେପାଳ ଉଠୁଛି ପଡ଼ୁଛି । ଏଭଳି କି  ନେପାଳ-ଭାରତ ସମ୍ପର୍କ ପ୍ରଭାବିତ ହେବାରେ ଲାଗିଛି । ଏହାରି ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ସମସ୍ତଙ୍କ ବୁଦ୍ଧି ଗୁଡ଼ୁମ ହେବ । କାହିଁକି ନିରବ ଅଚ୍ୟୁତ ସାମନ୍ତ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କେହି ମୁହଁ ଖୋଲି କହିପାରୁନାହାନ୍ତି ସତ । କିନ୍ତୁ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି । ଯାହା ଆମେ କହୁନୁ କହୁଛି ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ।

ଅଚ୍ୟୁତ ସାମନ୍ତ । ହଠାତ୍ କାହିଁକି ନିରବି ଯାଇଛନ୍ତି । ତାହା ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ରାତି ପାହିଲେ ନିଜର ଆଓ୍ବାର୍ଡ ନେବା ଫଟୋ ହେଉ କିମ୍ବା କିଟ୍- କିସ୍ କେଉଁ ଉପାଧି ପାଇଲେ ତାକୁ ନେଇ ସବୁ ଅପଡେଟ୍ ଦିଅନ୍ତି । କିନ୍ତୁ ସେ ଏବେ ତାଙ୍କ ସୋସିଆଲ୍ ମିଡ଼ିଆରେ ଆଉ କିଛି ଅପଡେଟ୍ ଦେଉନାହାନ୍ତି ଏବେ । କିଟ୍ ଘଟଣା ପରେ ସେ ବି ପୁରା ଚୁପ୍ । ପ୍ରାୟ ତ ଶେଷ ପୋଷ୍ଟ ତାଙ୍କ ଫେବୃଆରୀ ୧୬ତାରିଖ ଦିନ ହୋଇଥିଲା । ଯାହା କି ଠିକ୍ ସେହି ଦିନ ହିଁ ଏହି ଘଟଣା ଘଟିଥିବା କୁହାଯାଉଛି । ମାତ୍ର ତା’ପରେ ଅଚ୍ୟୁତଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ଯେମିତି କରୁଛି ମୌନ ବ୍ରତ ।

ପ୍ରକାଶ ଯେ, ଫେବୃୟାରୀ ୧୬ତାରିଖ ଅପରାହ୍ନରେ କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ପ୍ରକୃତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏହାପରେ ୧୭ ତାରିଖରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ କରି ଜବରଦସ୍ତି ହଷ୍ଟେଲରୁ ବିଦା କରାଯାଇଥିଲା । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ରାଜ୍ୟ ସରକାର ୩ଜଣ ସଚିବଙ୍କୁ ନେଇ ଫେବୃୟାରୀ ୧୮ତାରିଖରେ ଏକ ଉଚ୍ଚସ୍ତରୀୟ ଯାଂଚ କମିଟି ଗଢ଼ିଛନ୍ତି । କିନ୍ତୁ ନେପାଳର ସାର୍ବଭୌମତ୍ୱ ସମ୍ପର୍କରେ ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ଦେଇଥିବା ଦୁଇ ମହିଳା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସେହିଭଳି ବିଶ୍ୱବିଦ୍ୟାଳୟର କୌଣସି ଜଣେ ବି ବରିଷ୍ଠ ପଦାଧିକାରୀଙ୍କୁ ଘଟଣା ପାଇଁ ଦାୟୀ କରାଯାଇନାହିଁ । ବରଂ ୩ଜଣ ନିର୍ଦ୍ଦେଶକ ଗିରଫ ହୋଇ ୨ଘଣ୍ଟାରେ ମୁକୁଳିଗଲେ  

କିଟ୍ ବିରୁଦ୍ଧରେ ଯେଉଁସବୁ ଦୁର୍ନୀତି ଅଭିଯୋଗ ଆସୁଛି ତା’ର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି । ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବାରମ୍ବାର ଦୋହରାଇଛନ୍ତି ଯେ, ତଦନ୍ତ କମିଟିର ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ତଦନ୍ତ କମିଟି କାହିଁକି ନିଜର ତଦନ୍ତ ଶେଷ କରିବାକୁ ବିଳମ୍ବ କରୁଛି ଓ ଆବଶ୍ୟକ ଶୈକ୍ଷିକ ମାହୋଲ କ୍ୟାମ୍ପସରେ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେଉନି ତାହା ମଧ୍ୟ ଏହି କମିଟିର ସଦସ୍ୟମାନଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  

ଏବେ ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି କାହିଁକି ନିରବ ଅଚ୍ୟୁତ ସାମନ୍ତ ?