ହାତୀବାରୀ ଶ୍ରୀ ଶ୍ରୀ ଜୟ ମା’ ଜଗଦ୍ଧାତ୍ରୀ ପୂଜା କମିଟି ପକ୍ଷରୁ ପୂଜା ଆରମ୍ଭ

ହାତୀବାରୀ ଶ୍ରୀ ଶ୍ରୀ ଜୟ ମା’ ଜଗଦ୍ଧାତ୍ରୀ ପୂଜା କମିଟି ପକ୍ଷରୁ ପୂଜା ଆରମ୍ଭ

ରାଉରକେଲା,୯/୧୧ : ହାତୀବାରି ଶ୍ରୀ ଶ୍ରୀ ଜୟ ମା’ଜଗଦ୍ଧାତ୍ରୀ ପୂଜା କମିଟି ପକ୍ଷରୁ ଶୁକ୍ରବାର ହାତୀବାରି ହାଇସ୍କୁଲ ପଡିଆ ପୂଜା ମଣ୍ଡପରେ ମା’ଜଗଦ୍ଧାତ୍ରୀଙ୍କ ବିଲ୍ବାଧିବାସ, କଳସ ଯାତ୍ରା, ଘଟ ନିମଜ୍ଜନ ସହିତ ସପ୍ତମୀ ପୂଜା ଆରମ୍ଭ କରାଯାଇଛି।

            ଏହି ଉପଲକ୍ଷେ ଶ୍ରୀ ଶ୍ରୀ ଜୟ ମା’ଜଗଦ୍ଧାତ୍ରୀ ପୂଜା କମିଟି ପକ୍ଷରୁ ସପ୍ତମୀ ପୂଜାର ମୁଖ୍ୟ ଅତିଥି ତଥା ଉଦଘାଟକ ହାତୀବାରି ବୁଢାରାଜା କାର୍ତ୍ତିକ କେଶରୀ ଦେଓ ଏହି ପୂଜାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ଯକ୍ରମରେ ପୂଜା କମିଟିର ସଭାପତି ସୁନ୍ଦୁରୁ ବଡାଇକ, ସାଧାରଣ ସମ୍ପାଦକ ଅମିତ ବାରିକ୍, କୋଷାଧ୍ୟକ୍ଷ ସାଗର ନାଏକ, ଚମରା ସାହୁ, ରଥୁ ବଡାଇକ ପମୁଖ ବଞ୍ଚସୀନ ଥିଲେ। ମା’ଜଗଦ୍ଧାତ୍ରୀଙ୍କ ପୂଜାରେ ବହୁ ଜନସମାଗମ ଦୃଷ୍ଟିରୁ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିବା ବେଳେ, ବିଭିନ୍ନ ସ୍ଥାନରୁ ଏହି ପୂଜା ଦେଖିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି। ପୂଜା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ହାତୀବାରି ହାଇସ୍କୁଲ ପଡିଆରେ ମୀନାବଜାରର ଶୋଭା ମାଆ ଜଗଦ୍ଧାତ୍ରୀଙ୍କ ପୂଜାକୁ ଅଧିକ ଆକର୍ଷଣୀୟ କରିଛି।