ସନ୍ଥ ଶିରୋମଣୀ ଜଲାରାମ ବାବାଙ୍କ ଜୟନ୍ତୀ ରାଉରକେଲାରେ ପାଳିତ

ସନ୍ଥ ଶିରୋମଣୀ ଜଲାରାମ ବାବାଙ୍କ ଜୟନ୍ତୀ ରାଉରକେଲାରେ ପାଳିତ

ରାଉରକେଲା,୯/୧୧ : ସହରର ବିର୍ସା ଡାହାର ରୋଡରେ ଗୁଜରାଟୀ କ୍ଷେତ୍ରୀୟ ସମାଜ ପରିସରରେ ସନ୍ଥ ଶିରୋମଣି ଜଲାରାମ ବାବାଙ୍କ ଜୟନ୍ତୀ ବଡ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଶ୍ରୀ ସର୍ବ ଧର୍ମ ଜଲାରାମ ଭକ୍ତମଣ୍ଡଳ ପକ୍ଷରୁ ରୌପ୍ୟ ଜୟନ୍ତୀ ଅବସରରେ ଭଜନ ପରିବେଷଣ ସହ ବିଶାଳ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। କମିଟି ଦ୍ୱାରା ଜଲାରାମ ବାବାଙ୍କ ଦରବାରକୁ ଫୁଲରେ ସଜାଯିବା ସହିତ ରଙ୍ଗୀନ ଆଲୋକରେ ଆଲୋକିତ କରାଯାଇଥିଲା। 

ଏହି ଅବସରରେ ସନ୍ଧ୍ୟା ୭ଟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ୮ଟା ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ଗୁଜରାଟୀ ସମାଜ ସମେତ ଅନ୍ୟାନ୍ୟ ସମାଜର ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ସାମିଲ ହୋଇ ଶ୍ରୀ ସର୍ବଧର୍ମ ଜଲାରାମ ଭକ୍ତମଣ୍ଡଳର ଜ୍ୟୋତି ଯୋଶୀ, ଭରତ ପରମାର, ଚନ୍ଦ୍ରେଶ ଚୌହାନ, ଭବେଶ ପଟେଲ, କିଶୋର ଯୋଶୀଙ୍କ ସମେତ ଅନ୍ଯାନ୍ଯ ପଦାଧିକାରୀ ଏବଂ ସଦସ୍ୟମାନଙ୍କ ସକ୍ରୀୟ ସହଯୋଗ କରିଥିଲେ। ଶ୍ରୀ ସରବଧର୍ମ ଜଲାରାମ ଭକ୍ତ ମଣ୍ଡଳ, ଶ୍ରୀ ଗୁର୍ଜର କ୍ଷେତ୍ରୀୟ ସମାଜ, ଗୁଜରାଟୀ ଭବନରେ ଯୋଗ ଦେଇଥିବା ବେଳେ ଗୁଜୁରାଟ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ସମସ୍ତେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।