ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ
ନୂଆଦିଲ୍ଲୀ,୨୯/୧୧ : ଭାରତରୁ ବିଶ୍ୱର ଅନ୍ୟ ଦେଶକୁ ଯାଉଥିବା ବିମାନ ସେବା ପ୍ରଭାବିତ ହୋଇଛି । ଏପରିକି ବିମାନ ସେବା ବାତିଲ ହୋଇପାରେ । କାରଣ ଏ୩୨୦ ଫ୍ୟାମିଲି ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।
ଫଳରେ ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି । ଏହାକୁ ନେଇ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି କରାଯାଇଛି । ଭାରତରେ ପ୍ରାୟ ୨୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଛି । ଏ୩୨୦ ବିମାନ ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ସମୟ ଲାଗିପାରେ ।

Editor 


