ଆରଏସପି ସ୍ବୀକୃତି ନିର୍ବାଚନ ; ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ନିର୍ବାଚନୀ ଇସ୍ତାହାର

ରାଉରକେଲା, ୯/୧୧ : ଗାଙ୍ଗପୁର ମଜଦୁର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସେକ୍ଟର-୮, ଗାଙ୍ଗପୁର ମଜଦୁର ମଞ୍ଚ କାର୍ଯ୍ଯାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସଂଘ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି।
ଚଳିତ ନଭେମ୍ବର ୧୨ ତାରିଖ ଦିନ ରାଉରକେଲା ଇସ୍ପାତ କାରଖାନା ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏହି ଉପଲକ୍ଷେ ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚର ନିର୍ବାଚନୀ ଚିହ୍ନ ଭାବରେ ନିକିତି ସହିତ ହାତରେ ହାତୁଡି ଚିହ୍ନରେ ଭୋଟ ଦେବାକୁ ସମସ୍ତ ଇସ୍ପାତ କାରଖାନା କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି। ଏଥି ସହିତ ୨୦୨୧ ନିର୍ବାଚନ ଫଳାଫଳ ପରି ପୁଣି ଥରେ ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚକୁ ଆରଏସପିର ସ୍ବୀକୃତି ୟୁନିୟନ ଭାବରେ ବିଜୟୀ କରାଇବାକୁ ଅନୁରୋଧ କରାଯାଇଛି।
ଏହି ନିର୍ବାଚନୀ ଇସ୍ତାହାର ମଧ୍ଯରେ ୨୮ଗୋଟି ଘୋଷଣା କରାଯାଇଛି। ନିର୍ବାଚନୀ ଇସ୍ତାହାର ବା ଘୋଷଣା ପତ୍ର ଜାରି କରାଯିବା ସମୟରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ଗାଙ୍ଗପୁର ମଜଦୁର ମଞ୍ଚର ସଭାପତି ଜର୍ଜ ତିର୍କୀଙ୍କ ସମେତ ଉଭୟ ସଂଘର ବହୁ କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।