ତାନ୍ୟା ମିତ୍ତଲଙ୍କ ଶାଢ଼ିକୁ ବଡ଼ ଖୁଲାସା କରିଛନ୍ତି ଡିଜାଇନର, ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୨/୧୨ : ତାନ୍ୟା ମିତ୍ତଲ ବିଗ୍ ବସ୍ ଘରେ ପ୍ରବେଶ କରିବା ପରଠାରୁ ଚର୍ଚ୍ଚାରେ ଛାଇଯାଇଛନ୍ତି । କେତେବେଳେ ସେ ତାଙ୍କ ଶାଢ଼ି ପାଇଁ ଖବରରେ ଅଛନ୍ତି ତ ଆଉ କେତେବେଳେ ସେ ତାଙ୍କ ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି । ବିଗ୍ ବସ୍ ଘରେ ତାନ୍ୟା ମିତ୍ତଲଙ୍କ ଜଲଓ୍ବା ଆରମ୍ଭରୁ ଅକ୍ଷୁର୍ଣ୍ଣ ରହିଛି। ପ୍ରଥମ ଦିନରୁ ତାନ୍ୟା ଭଲ ଖେଳୁଥିବା ନଜର ଆସୁଛନ୍ତି ।
ବିଗ୍ ବସ୍ ଘରେ ପ୍ରବେଶ କରିବା ମାତ୍ରକେ ତାନ୍ୟା ତାଙ୍କ ବୟାନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେ ଅନେକ ସାହସିକ ଦାବି କରିଥିଲେ ଯାହାକୁ ଘରର ସଦସ୍ୟମାନେ ବିଶ୍ୱାସ କରିପାରି ନ ଥିଲେ। ତାଙ୍କୁ ସୋସିଆଲ ମିଡ଼ିଆରେ ବି ଫେକ୍ ମଧ୍ୟ କୁହାଯାଇଥିଲା।
ଶୋ’ର ଆରମ୍ଭରେ ତାନ୍ୟା କହିଥିଲେ ଯେ ତାଙ୍କର ୮୦୦ଶାଢ଼ି ଅଛି । ପ୍ରତିଦିନ ତିନୋଟି ପିନ୍ଧନ୍ତି। ଏହା ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଏବେ ତାଙ୍କ ଡିଜାଇନର ତାଙ୍କ ଶାଢ଼ି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ତାନ୍ୟାଙ୍କ ଡିଜାଇନର୍ ରିଦ୍ଧିମା ଶର୍ମା ତାଙ୍କ ଶାଢ଼ି ତିଆରି କରିବାର ଖର୍ଚ୍ଚ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ରିଦ୍ଧିମା କହିଥିଲେ ଯେ, ତାନ୍ୟାଙ୍କ ଗୋଟିଏ ଶାଢ଼ୀ ତିଆରି କରିବାକୁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। କିଛି ଶାଢ଼ୀର ମୂଲ୍ୟ ୩0୦,୦୦୦ ରୁ ୬୦,୦୦୦ଟଙ୍କା ମଧ୍ୟରେ । ମାତ୍ର ଏହା କେବଳ ଏକ ପ୍ରାରମ୍ଭିକ ଅଧ୍ୟୟନ।

Editor 


