୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି

୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି

ନୂଆଦିଲ୍ଲୀ, ୨୯/୪ : ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ଇସ୍ତଫା ଦେଇଛନ୍ତି। ଓଲା କ୍ୟାବ୍ସରେ ଯୋଗ ଦେବାର ମାତ୍ର ୪ ମାସ ପରେ ସେ କମ୍ପାନୀ ଛାଡୁଛନ୍ତି। କମ୍ପାନୀ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ। ବିଜନେସ ଓ୍ବେବସାଇଟ୍ ମନିକଣ୍ଟ୍ରୋଲ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ।

ବକ୍ସି ଚଳିତ ବର୍ଷ ଜାନୁଆରୀରେ ଓଲା କ୍ୟାବ୍ସରେ ଯୋଗଦେଇଥିଲେ। ସେ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିବା ପାଇଁ କମ୍ପାନୀକୁ ଆସିଥିଲେ । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁନର୍ଗଠନ ପ୍ରକ୍ରିୟା ଦ୍ୱାରା କମ୍ପାନୀରେ ଥିବା ଅନେକ ପଦବୀ ବନ୍ଦ ହୋଇଯିବ ଏବଂ ଅତି କମରେ ୧୦ ପ୍ରତିଶତ କର୍ମଚାରୀ ପ୍ରଭାବିତ ହେବେ।