ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି
ଭୁବନେଶ୍ୱର,୧୧/୧୧ : ପୀତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ହାଇକୋର୍ଟରେ ଆଜି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ମଙ୍ଗଳବାର ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଏସପି । ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଳାଇବାକୁ କହିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

Editor 


