ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ଭୁବନେଶ୍ବର, ୧୦/୮ : ବିଜେବି ନଗରସ୍ଥିତ ଉର୍ଜା କ୍ଲାସେସ୍ ଶିକ୍ଷାନୁଷ୍ଠାନ ପରିସରରେ ହୋପ୍ ଫାଉଣ୍ଡେସନ୍, ଜୟ ଓଡିଶା ଏବଂ କେୟାର ନେତ୍ରମର ମିଳିତ ଆନୁକୂଲ୍ୟରେ ୧୭ତମ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରଧାନ ଏବଂ ରୁଦ୍ର ନାରାୟଣ ସାମନ୍ତରାୟ ଯୋଗଦେଇ ଫାଉଣ୍ଡେସନର ଏପରି ମହତ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ରକ୍ତଦାନର ମହତ୍ୱ ସଂପର୍କରେ ବୁଝାଇ କହିଥିଲେ ଏବଂ ଯୁବ ଓ ଛାତ୍ର ସମାଜକୁ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

ସ୍ଥାନୀୟ ଜନ ସାଧାରଣମାନେ ବହୁ ସଂଖ୍ୟାରେ ଆସି ନିଜର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଇଥିଲେ। ୭୦ରୁ ଉର୍ଦ୍ଧ୍ବ ବ୍ଯକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇବା ସହିତ ଚଷମା ନେଲେ।

ଆଜିର ଏହି ଶିବିରରେ ମୋଟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଭାରତୀୟ ରେଡକ୍ରସ ସୋସାଇଟ୍ କୁ ପ୍ରଦାନ କରାଯାଇଥିଲା। ଶେଷରେ ହୋପର ସଭାପତି ବିକ୍ରମ ନାୟକ ଫାଉଣ୍ଡେସନ୍ ତରଫରୁ ଧନ୍ୟଵାଦ ପ୍ରଦାନ କରିଥିଲେ ।