ଝିଅକୁ ନିଲମ୍ବନ କଲେ କେସିଆର

ଝିଅକୁ ନିଲମ୍ବନ କଲେ କେସିଆର

ନୂଆଦିଲ୍ଲୀ,୨/୯ : ଦଳ ବିରୋଧୀ ବୟାନ ପାଇଁ କେ ଚନ୍ଦ୍ରଶେଖର ରାଓ (କେସିଆରଇ) ନିଜ ଝିଅ କେ କବିତାଙ୍କୁ ନିଲମ୍ବନ କରିଛନ୍ତି। ଭାରତ ରାଷ୍ଟ୍ର ସମିତି (ବିଆରଏସ) କେ. କବିତାଙ୍କୁ ଆଜି ଦଳରୁ ନିଲମ୍ବନ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କବିତାଙ୍କ ପିତା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଲମ୍ବନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।

 ବିଆରଏସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରିଛି। ଦଳ କହିଛି ଯେ, କବିତାଙ୍କ କାର୍ୟ୍ୟ୍କଳାପ ଦଳ ବିରୋଧୀ ରହିଆସିଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।